ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଓଡିଶାକୁ ଫେରିଛି ଅସହ୍ୟ ତାତି । ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଦିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ତେବେ ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବା ସହିତ ଗରମବଢିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି କୁହାଯାଇଛି ।
ଆହୁରି ପଢ଼ନ୍ତୁ...