ରାଜ୍ୟରେ ବଢୁଛି ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର: ଓଡ଼ିଶାରେ ପାଣିପାଗ ଲୋକଙ୍କ ଚିନ୍ତା ବଢାଉଛି । ନାଁ ଓଡ଼ିଶାରେ ମୌସୂମୀ ବାୟୁର ପ୍ରଭାବ ଦେଖା ଦେଉଛି, ନା ଗୁଳୁଗୁଳି କମିବାର ନାଁ ନେଉଛି । ମୌସୂମୀର ଲୁଚକାଳି ଖେଳରେ ହନ୍ତସନ୍ତ ହେଉଛନ୍ତି ସାରା ଓଡ଼ିଶା ବାସୀ । ୪୦ ଡିଗ୍ରୀ ତଳକୁ ଖସିବା ନା ଧରୁ ନାହିଁ। ଦିନରେ ଯାହା ରାତିରେ ବି ସମାନ ସ୍ଥିତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଆଉଟୁ ପାଉଟୁ ରଜଧାନୀ ଦିଲ୍ଲୀବାସୀ । ଅସହ୍ୟ ଗରମ ଯୋଗୁ ସନ୍‌ ଷ୍ଟ୍ରୋକ୍‌ ସମ୍ଭାବନା ରହିଛ। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ଏବେ ରାଜଧାନୀରେ ରେଡ୍‌ ଆଲର୍ଟ ଜାରି କରିଛି ।