ଓଡିଶା ଗସ୍ତ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା …
ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସି ୨୧ ଜୁନ୍ ୨୦୨୨ ରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବେ । ୨୧ ଜୁନ୍, ୨୦୨୨ ରେ, ରେଳ ମନ୍ତ୍ରୀ କୋଣାର୍କ ମନ୍ଦିର ଐତିହ୍ୟ ସ୍ଥଳରେ ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେବେ ଯେଉଁଠାରେ ସାଧାରଣ ଜନତା, ଛାତ୍ର ଏବଂ ବିଶେଷଜ୍ଞଙ୍କ ସହ ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ । କୋଣାର୍କ ମନ୍ଦିରରେ କାର୍ଯ୍ୟକ୍ରମ ପ୍ରାୟ ସକାଳ ଛଅ ଘଟିକାରୁ ଆରମ୍ଭ କରାଯାଇ ପୂର୍ବାହ୍ନ ୮ଘ.୩୦ମି. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ । କୋଣାର୍କ ମନ୍ଦିର ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସରେ ପ୍ରାୟ ୨ ହଜାର ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି । ଦେଶର ୭୫ ଟି ଐତିହ୍ୟ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ଯେଉଁଠାରେ ଓଡିଶାର କୋଣାର୍କ ମନ୍ଦିରକୁ ମନୋନୀତ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ । ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ଜୁନ ମାସ ୨୧ ତାରିଖରେ ସମଗ୍ର ବିଶ୍ୱରେ ‘ମାନବିକତା ପାଇଁ ଯୋଗ’ ବିଷୟବସ୍ତୁ ସହିତ ପାଳନ କରାଯାଉଅଛି ।