ଟିକା ପାଇଁ ଧସ୍ତାଧସ୍ତି: ୬ ଆହତ

ବାଣପୁର, (ଏସ୍‌ ନ୍ୟୁଜ): ଟିକା ନେବାକୁ କେନ୍ଦ୍ରକରି ବାଣପୁରରେ ସୃଷ୍ଟିହୋଇଛି ଲଙ୍କାକାଣ୍ଡ । ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ୬ଜଣ ଆହତ ହୋଇଛନ୍ତି । କୃତ୍ତିବାସ ଭବନରେ ୩୫୦ ପ୍ରଥମ ଡୋଜ, ୫୦ ଦ୍ୱିତୀୟ ଡୋଜ ଏବଂ ୩୦ ଟିକା ଗର୍ଭବତୀ ମହିଳାଙ୍କୁ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ତେବେ ୪୩୦ଡୋଜ ଟିକା ମହଜୁଦ ଥିବା ବେଳେ ଆଶାୟୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆବଶ୍ୟକତା ଠାରୁ ଅଧିକ ଲୋକ ଆସିଯିବାରୁ ଟିକାକେନ୍ଦ୍ରର ଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମାଡ଼ ମାରିଥିବା କେନ୍ଦ୍ରରେ ଉପସ୍ଥିତ ଥିବା ବହୁ ଲୋକ ଅଭିଯୋଗ କରିଛନ୍ତି । ପୁଲିସ ମଡ଼ରେ କିଛି ଯୁବକ ଓ ମହିଳା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।