ଖୁବ ଶୀଘ୍ର ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ!


ଭୁବନେଶ୍ୱର (ଏସ୍ ନ୍ୟୁଜ): ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ହୋଇଛି । ଏହାସହ ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି ।

ତେବେ ମନ୍ଦିର ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏନେଇ କୌଣସି ଅଧିକାରୀ ସ୍ତରୀୟ କାହାର ପ୍ରତିକ୍ରିୟା ମିଳିପାରି ନାହିଁ । କରୋନା ମହାମାରୀ ପାଇଁ ମାସ ମାସ ଧରି ଶ୍ରୀମନ୍ଦିର ରହିଛି । ଏ ନେଇ ପୂଜକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିର ଖୋଲିବା ନେଇ ଦୀର୍ଘ ଦିନ ହେବ ବିଚାର ବିମର୍ଷ ଜାରି ରହିଛି । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ହେଉଛି । ଗତକାଲି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା ।