ମନ୍ଦିର ଭିତରେ ମହିଳାଙ୍କୁ ଅସଦାଚରଣ ସହ ଭିଡ଼ିଓ ଭାଇରାଲ୍ ଘଟଣାରେ ପୂଜକ ଗିରଫ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜଧାନୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ୍ କରିବା ଘଟଣାରେ ପୂଜକ ଗିରଫ। ଏହି ଘଟଣାରେ ବଡଗଡ ଥାନା ପୋଲିସ ପୂଜକ ଗଙ୍ଗାଧର ରଥଙ୍କୁ ଗିରଫ କରିଛି।
ରାଜଧାନୀର ମେଘେଶ୍ୱର ମନ୍ଦିର ପରିସରରେ ମନ୍ଦିରରେ ମହିଳାଙ୍କୁ ଅସଦାଚରଣ କରିବା ସହ ତାର ଭିଡିଓ ଉତ୍ତୋଳନ କରିବା। ପରେ ଉକ୍ତ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରଲ୍ କରିବା ଘଟଣା ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ମନ୍ଦିର ଭିତରେ ପୂଜାକଙ୍କ ଏଭଳି ଘୁଣ୍ୟ କାରନାମାକୁ ସବୁଆଡୁ ତୀବ୍ର ନିନ୍ଦା ସହ ସମାଲୋଚନା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳାଙ୍କ ପରିବାର ଓ ଗଙ୍ଗାଧର କଳିଙ୍ଗ ବସ୍ତିରେ ରୁହନ୍ତି। ମହିଳାଙ୍କଠାରୁ କୌଣସି କାରଣରୁ ପ୍ରତିଶୋଧ ନେବା ପାଇଁ ଗଙ୍ଗାଧର ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୫ ତାରିଖରେ ମହିଳା ମନ୍ଦିର ଯାଇଥିଲେ।ଗଙ୍ଗାଧର ତାଙ୍କୁ ବେଢ଼ାର ଏକ କୋଣକୁ ନେଇ ସେଠାରେ ଅସଦାଚରଣ କରିଥିଲେ।ପୂର୍ବ ଯୋଜନା ଅନୁଯାୟୀ ନିକଟରେ ମୋବାଇଲ ଫୋନ୍ ଥୋଇ ଏହାକୁ ରେକର୍ଡିଂ କରିଥିଲେ। ଏହାପରେ ଏହି ଭିଡ଼ିଓକୁ ଭାଇରାଲ କରି ଦେଇଥିଲେ ବୋଲି ପୋଲିସ ପଚରା ଉଚରା ସମୟରେ ଜାଣିବାକୁ ପାଇଛି।ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି।

ଅନ୍ୟପଟେ ଭିଡ଼ିଓ ଭାଇରାଲ୍ ହେବା ପରେ ପୂଜାକଙ୍କର ଏଭଳି କାର୍ଯ୍ୟକୁ ନେଇ ଗତ ୬ ତାରିଖରେ ମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡାକ ଯାଇଥିଲା।ଗଙ୍ଗାଧରଙ୍କୁ ବିଦା କରିବା ସହ ମନ୍ଦିର ସେବା ଓ ପୂଜା କରୁଥିବା କୌଣସି ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ ନ କରିବା ପାଇଁ କୁହାଯାଇଛି। ଯଦି ତାଙ୍କ ସହ କେହି ଯୋଗାଯୋଗ କଲେ, ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ପରିଚାଳନା କମିଟି ସଭାପତି ଅଶୋକ ସିଂ କହିଛନ୍ତି।