ଭୁବନେଶ୍ୱର(ଏସ୍ ନ୍ୟୁଜ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଅବସରପ୍ରାପ୍ତ ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କ ଭୁବନେଶ୍ୱରର ଦୁଇଟି ବାସଭବନ ସମେତ ଭିଜିଲାନ୍ସ ଟିମ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି।
କଟକ ମହୁମାଛି ଗଳିରେ ଥିବା ଘର ସମେତ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘରେ ରେଡ୍ କରିଛି ଭିଜିଲାନ୍ସ । ସେଥିରେ ସାମିଲ ରହିଛି ଭୀମପୁର ମୌଜା, ବାରଙ୍ଗ ଦଧିପାଟଣାରେ ଥିବା ଘର । ଏହା ବ୍ୟତୀତ ପାଟକୁରା ବଙ୍ଗାଲପୁରରେ ପୈତୃକ ସମ୍ପତ୍ତି ଓ ଶ୍ବଶୁର ଘରେ ରେଡ୍ କରିଛି ଭିଜିଲାନ୍ସ ।