ଯାଜପୁର,(ଏସ୍ ନ୍ୟୁଜ): ଡ୍ରେନେଜ ବିଭାଗର ସୁପରିଟେଣ୍ଡିଂ ଇଂଜିନିୟର ଚଣ୍ଡି ପ୍ରସାଦ ମହାପାତ୍ରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଲାଞ୍ଚ ନେଉଥିବାବେଳେ ତାଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗିରଫ କରାଯାଇଛି । ସେ ଏକ ଗାଡିର ୩ ମାସର ବକେୟା ଅର୍ଥର ବିଲ ପାସ କରିବା ପାଇଁ ୧୦ ହଜାର ଟଙ୍କାର ଲାଞ୍ଚ଼ ମାଗିଥିଲେ । ତେବେ ଅଭିଯୋଗକାରୀ ଏନେଇ କଟକ ଭିଜିଲାନ୍ସ ଡିଭିଜନକୁ ଜଣାଇଥିବା ବେଳେ ଯାଜପୁର ଓ କଟକ ଭିଜିଲାନସ ବିଭାଗର ସ୍ୱତନ୍ତ୍ର ଟିମ ତାଙ୍କୁ କାର୍ଯ୍ୟାଳୟରେ ଲାଞ୍ଚ଼ ନେଉଥିବାବେଳେ କାବୁ କରିଥିଲେ ବୋଲି କଟକ ଭିଜିଲାନସ ଡିଭିଜନ ଡିଏସପି ସୁରେନ୍ଦ୍ର ନାଥ ରାଇଗୁରୁ ସୂଚନା ଦେଇଛନ୍ତି ।