ଆସନ୍ତା ୧ରୁ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଆସନ୍ତା ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨୦୨୨ ସୁଦ୍ଧା ୧୮ ବର୍ଷ ହେଉଥିବା ସମସ୍ତେ ସାମିଲ ହୋଇପାରିବେ । ଏହି ସମୟରେ ଯୋଗ୍ୟ ଭୋଟର ନାଁ ଯୋଡ଼ିବା, କାଟିବା ଓ ତ୍ରୁଟି ସଂଶୋଧନ କରିପାରିବେ । ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଏହି ସଂଶୋଧନ କରାଯିବ । ସେଥିରେ ପରିଚୟ ପ୍ରମାଣ ପତ୍ର ଏବଂ ଠିକଣା ଲେଖି ଆବେଦନ କରିବେ । ଅନଲାଇନରେ ଆବେଦନ ପରେ ଫିଲ୍ଡ ଷ୍ଟାଫ ଯୋଗାଯୋଗ କରିବେ । ଏହାପରେ ସରକାରୀ ଅଧିକାରୀ କାର୍ଡ ଯୋଗାଇବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ସୁଶୀଲ ଲୋହାନୀ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ଜଣେ ବି ଭୋଟର ବାଦ୍‌ ନ ପଡ଼ିବା ଆମର ଲକ୍ଷ୍ୟ । ନଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟା ମାସକ ପାଇଁ ଚାଲିବ । ମାସକ ମଧ୍ୟରେ ସମସ୍ତେ ସଂଶୋଧନ ପାଇଁ ଆବେଦନ କରିପାରିବେ ।