ସରିଲା ଭୋଟିଂ । ଆସିଲା ବୁଥ ବାହୁଡା ମତ । ଓଡ଼ିଶାରେ କାହାକୁ ମିଳିବ କେତେ ଲୋକସଭା ସିଟ୍ ?

ଭୋଟିଂ ସରିଥିବାବେଳେ, ଆସିଲା ବୁଥ ବାହୁଡା ମତ । ଓଡ଼ିଶାରେ କାହାକୁ ମିଳିବ କେତେ ଲୋକସଭା ସିଟ୍ ? ବିଭିନ୍ନ ସଂସ୍ଥାର ଏଗଜିଟ୍ ପୋଲ୍ ଆକଳନ ଅନୁସାରେ, ଆଗରେ ରହିଛି ବିଜେପି।

ଇଣ୍ଡିଆ ଟୁଡେ ଏକ୍ସିସର ଆକଳନ ଅନୁସାରେ, ବିଜେପିକୁ ୧୮ରୁ ୨୦ଟି ସିଟ୍ ମିଳିପାରେ। ବିଜେଡିକୁ ୦ରୁ ୨ ଏବଂ କଂଗ୍ରେସକୁ ମିଳିପାରେ ଗୋଟିଏ ମାତ୍ର ସିଟ୍।

ଜନ୍ କି ବାତ୍ କହୁଛି, ରାଜ୍ୟରେ ବିଜେପିକୁ ୧୫ରୁ ୧୮ଟି, ବିଜେଡିକୁ ୩ରୁ ୭ ଆସନ ମିଳିପାରେ। କଂଗ୍ରେସ ଖାତାରେ ଗୋଟିଏ ବି ଆସନ ନଥିବା ଆକଳନ କରିଛି ଜନ କି ବାତ୍।

ଚାଣକ୍ୟର ଆକଳନ କହୁଛି, ଓଡ଼ିଶାରେ ବିଜେପି ୧୬, ବିଜେଡି ୪ ଏବଂ କଂଗ୍ରେସକୁ ଗୋଟିଏ ସିଟ୍ ମିଳିପାରେ।

ଇଣ୍ଡିଆ ଟିଭି ର ଏଗଜିଟ୍ ପୋଲ ଆକଳନ ଅନୁସାରେ, ବିଜେପିକୁ ୧୫ରୁ ୧୭, ବିଜେଡିକୁ ୪ରୁ ୬ ଏବଂ କଂଗ୍ରେସ ଖାତାରେ ଗୋଟିଏ ଆସନ ଆସିପାରେ।

ରିପବ୍ଲିକ୍ ପିଏମଆରକୁ୍ୟର ଆକଳନ କହୁଛି, ବିଜେପି ୧୪ ଏବଂ ବିଜେଡି ୭ ସିଟରେ ବିଜୟୀ ହୋଇପାରେ। କଂଗ୍ରେସକୁ ଗୋଟିଏ ବି ଆସନ ଦେଇନି ଏହି ସଂସ୍ଥା।

ସି ଭୋଟରର ଆକଳନ କହୁଛି, ବିଜେପି ୧୭ରୁ ୧୯, ବିଜେଡି ୧-୩ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ।

ଏନଡିଟିଭିର ଏଗଜିଟ୍ ପୋଲ ଆକଳନ ଅନୁସାରେ ବିଜେପିକୁ ୧୫ଟି , ବିଜେଡିକୁ ୩ରୁ ୮ ଟି ସିଟ୍ ମିଳିପାରେ। କଂଗ୍ରେସ ହାତ ଖାଲି ରହିବା ନେଇ ଆକଳନ କରିଛି ଏନଡିଟିଭିର ଏଗଜିଟ୍ ପୋଲ୍। ତେବେ ୪ ତାରିଖରେ ଜଣା ପଡିବ କିଏ ହାତେଇବ କେତେ ସିଟ । ଓଡ଼ିଶାରେ ହେବ କାହାର ସରକାର।