ଭୁବନେଶ୍ୱର: ୭୭ତମ ଗଣତନ୍ତ୍ର ଦିବସ–୨୦୨୬ ଅବସରରେ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡରେ ଓଡ଼ିଶା ପୋଲିସର ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ସେବା, ସୁରକ୍ଷା ଏବଂ ବିଶ୍ୱାସର ପ୍ରତୀକ ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ସାଧାରଣ ଜନତାଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା। ଉକ୍ତ ପ୍ରଜ୍ଞାପନ ମେଢ଼ଟି ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳବର୍ତୀ ଅଂଚଳର ସୁରକ୍ଷା ବ୍ୟବସ୍ଥା, ସାମୁଦ୍ରିକ ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକ୍ଷମତା, ଟ୍ରଲର ମାଧ୍ୟମରେ ପାଟ୍ରୋଲିଂ ଏବଂ ଅତ୍ୟାଧୁନିକ ଡ୍ରୋନର ବ୍ୟବହାରକୁ ସୃଜନାତ୍ମକ ଓ ସୁସ୍ପଷ୍ଟ ଭାବେ ଉପସ୍ଥାପନ କରାଯାଇଥିଲା। ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସୁରକ୍ଷା, ସାମୁଦ୍ରିକ ବିପଦରୁ ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କ ସୂଚନା ପ୍ରଦାନ ଏବଂ ଉପକୂଳବର୍ତୀ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଯୋଗାଇବାରେ ଉପକୂଳ ସୁରକ୍ଷା ଶାଖା ପ୍ରଜ୍ଞାପନ ମେଢ଼ରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।