ଭୁବନେଶ୍ୱର: ହୋଲଡିଂ ଟିକସ ପରିମାଣ କମାଇବା ପାଇଁ ଜଣକଠାରୁ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୱାର୍ଡ ଅଫିସର ତଥା ଟିକସ ଆଦାୟକାରୀ ହେମନ୍ତ କୁମାର ସାହୁ ଓ ତାଙ୍କ ସହକର୍ମୀ ଯୋଗେନ୍ଦ୍ର ପ୍ରଧାନ । ୧୫ ହଜାର ଟଙ୍କା ଲାଂଚ ନେଉଥିଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଧରିଥିଲେ ।
ଧରାପଡ଼ିବା ପରେ ଦୁହେଁ କହିଛନ୍ତି ଯେ ସେମାନେ ମେୟର ସୁଲୋଚନା ଦାସଙ୍କ ଆଦେଶକୁ ପାଳନ କରିଛନ୍ତି ଯାହା । ପ୍ରଥମେ ପ୍ରଥମେ ଦୁଇ ଅଭିଯୁକ୍ତ ସୁଲୋଚନାଙ୍କ ନାମ ଉଚ୍ଚାରଣ କରୁ ନଥିଲେ । କେବଳ ‘ମ୍ୟାଡାମ କହିବାରୁ ଲାଂଚ ନେଉଥିଲୁ’ କହୁଥିଲେ; ମାତ୍ର ଭିଜିଲାନ୍ସ ଅଧିକାରୀଙ୍କଠାରୁ ଲଗାତର ଧମକ ଶୁଣି ଦୁହେଁ ମେୟରଙ୍କ ନାମ ଧରିଥିଲେ । କ୍ଷମତାରେ ବିଜେଡି ଥିବାରୁ ମେୟର ଖସିଯିବା ସୁନିଶ୍ଚିତ । ଅବ୍ ତୁହ୍ମାରା କ୍ୟା ହୋଗାରେ?