ଭୁବନେଶ୍ୱର( ଏସ୍ ନ୍ୟୁଜ ): ସାରା ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଶୀତରେ ପୁରା ଓଡ଼ିଶା ଥରୁଥିବା ବେଳେ ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ରେକର୍ଡ କରାଯାଇଛି। ଏହିପରି ଥଣ୍ଡା ଆହୁରି ୨ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ରହିଛି।
ତେବେ ପ୍ରବଳ ଶୀତକୁ ନେଇ ଫୁଲବାଣୀରେ ସବୁଠାରୁ କମ୍ ୪ ଡିଗ୍ରି ସେଲ୍ସିୟସ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ରାଜ୍ୟର ଏବେ ସବୁଠାରୁ ଅଧିକ ଥଣ୍ଡା ସହର। ସେହିଭଳି ଭାବେ ଦାରିଙ୍ଗିବାଡ଼ିରେ ୫, ଅନୁଗୁଳରେ ୫.୬, କୋରାପୁଟରେ ୭, ସୁନ୍ଦରଗଡ଼ରେ ୬, ଝାରସୁଗୁଡ଼ାରେ ୭.୯, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବୌଦ୍ଧରେ ୯, ବାରିପଦାରେ ୯, ବଲାଙ୍ଗୀରରେ ୯.୨, ସୋପୁରରେ ୯.୪ ଡିଗ୍ରି ସେଲ୍ସିୟସ୍ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।ସେହିପରି ଭୁବନେଶ୍ବରରେ ୧୨.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୧ ଡିଗ୍ରି ରେକର୍ଡ କରାଯାଇଛି।