ରାଜ୍ୟରେ କୋଭିଡ ବଢିଲେ ତୁରନ୍ତ ପ୍ରସ୍ତୁତ ହେବ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଓମକ୍ରିନ ଚିହ୍ନଟ ହୋଇନାହାନ୍ତି । ତେବେ ଏନେଇ ଓଡିଶା ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କିନ୍ତୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଓଡିଶା ପାଇଁ ଏହା ଚିନ୍ତାର ବିଷୟ ହୋଇଛି ।

ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି ଯେ ତୃତୀୟ ଲହରକୁ ନେଇ ସବୁ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କୋଭିଡ ସଂକ୍ରମଣ ବଢିଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି । ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ବହୁ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରୁଛି ।