କୁଆଡେ ଚାଲିଗଲା ନୌସେନା କର୍ମଚାରୀ ? ୱାରେଣ୍ଟ ଜାରି କରିଲା ଇଣ୍ଡିଆ ନୌସେନା

ଇଣ୍ଡିଆ ନୌସେନା ଏକ ନିଖୋଜ ଅଭିଯୋଗ ଦାଖଲ କରିଛି । ଇଣ୍ଡିଆ ନୌସେନା ରେ ନିଯୁକ୍ତି ପାଇଥିବା ଓଡ଼ିଆ ଯୁବକ ସୌରଭ କୁମାର ପାତ୍ର ପାଖାପାଖୀ ୧ ମାସ ହେବ ନିଖୋଜ ଅଛନ୍ତି ।

ଓଡିଶାର ବରହମପୁର ଜିଲ୍ଲାର ବାସିନ୍ଦା ସୌରଭ କୁମାର ପାତ୍ର ନିଯୁକ୍ତି ପାଇଥିଲେ ଇଣ୍ଡିଆ ନୌସେନାରେ । ୧୯ ଜାନୁଆରୀ, ୨୦୧୫ ରୁ ସେ ନିଖୋଜ ଅଛନ୍ତି । ବର୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିନାହିଁ । ନିୟମଅନୁସାରେ ଇଣ୍ଡିଆ ନୌସେନା ୱାରେଣ୍ଟ ଜାରି କରିଛି ବରହମପୁର ପୋଲିସ ଷ୍ଟେସନରେ । ବରହମପୁର ଏସପି ସୂଚନା ଦେଇଛନ୍ତି, ସୌରଭ କୁମାର ପାତ୍ର ୨୦-୨୫ ଦିନର ଛୁଟି ନେଇକି ନିଜ ଡିଉଟିକୁ ଯିବା ପାଇଁ ବାହାରିଥିଲେ । ତାଙ୍କର ପରିବାର ସଦସ୍ୟ ତାଙ୍କୁ ଷ୍ଟେସନରେ ଛାଡ଼ିଥିଲେ ଯେଉଁଠାରୁ ସେ କୋଚି ପହଁଚିଥାନ୍ତେ କିନ୍ତୁ ସେ ବିଶାଖାପାଟନମ କି କୋଚି କୌଣସି ସ୍ଥାନରେ ପହଂଚିନଥିଲେ । ଶେଷଥର ତାଙ୍କୁ ଇଛାପୂରମ ଷ୍ଟେସନରୁ ବାହାରୁଥିବାର ଦେଖା ଦେଖାଯାଇଥିଲା ଓ ତା ପରେ ତାଙ୍କର କୌଣସି ଖବର ମିଳିନଥିଲା ।