କୁଆଡ଼େ ଗଲେ ବରିଷ୍ଠ ଆଇପିଏସ ଅଫିସର ଆଶିଷ ସିଂ!

ଭୁବନେଶ୍ୱର: ଛୁଟି ସରିବା ପରେ ମଧ୍ୟ ଫେରିନାହାନ୍ତି ବରିଷ୍ଠ ଆଇପିଏସ ଅଫିସର ଆଶିଷ ସିଂ । ଛୁଟି ବଢାଇଛନ୍ତି ନା ନାହିଁ ତାହାର ମଧ୍ୟ କୌଣସି ସୂଚନା ନାହିଁ । ଆଶିଷ ଛୁଟିରେ ଅଛନ୍ତି ନା ର୍ଡୁଟି କରୁଛନ୍ତି ଜାଣିନାହିଁ ଗୃହବିଭାଗ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମେ’ ୪ରୁ ଛୁଟିରେ ଯାଇଥିଲେ ଆଶିଷ । ଛୁଟିରେ ପେରିଛନ୍ତି କି ନାହିଁ ଏଯାଏଁ ଜାଣିନି ରାଜ୍ୟ ଗୃହ ବିଭାଗ ।

ବରିଷ୍ଠ ଆଇପିଏସ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ପତ୍ତା ମିଳୁନି । ଖୋଦ ରାଜ୍ୟ ଗୃହ ବିଭାଗ ମଧ୍ୟ ଆଶିଷଙ୍କ ଖୋଜ ଖବର ପାଉନି । ସେ ଛୁଟିରେ ଅଛନ୍ତି ନା ଡୁ୍ୟଟି କରୁଛନ୍ତି ସେନେଇ ଗୃହ ବିଭାଗ ପାଖରେ କୌଣସି ଖବର ନାହିଁ । ଜୁନ ୨୭ତାରିଖରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ମୁରଲିଧର ମଲ୍ଲିକ ପୋଲିସ ମହାନିଦେ୍ର୍ଦଶକଙ୍କୁ ଲେଖିଥିବା ଚିଠି ଅନୁସାରେ ଆଶିହ ଗତ ମେ ୪ତାରିଖରୁ ମାସକ ପାଇଁ ଛୁଟି ନେଇଥିଲେ । ଏବେ ମାସେରୁ ଅଧିକ ସମୟ ହୋଇଗଲାଣି । ଆଶିଷ ଡୁ୍ୟଟିରେ ଯୋଗ ଦେଇଛନ୍ତି ନା ଛୁଟି ଅବଧି ବଢାଇଛନ୍ତି ସେ ନେଇ ଚିଠି କିମ୍ବା ସୂଚନା ଗୃହ ବିଭାଗକୁ ଆସିନାହିଁ ବୋଲି ଅତିରିକ୍ତ ସଚିବ ଏହି ଚିଠିରେ ଲେଖିଛନ୍ତି ।

ତେଣୁ ଏନେଇ ପଦକ୍ଷେପ ନେବାପାଇଁ ପୋଲିସ ମହାନିଦେ୍ର୍ଦଶକଙ୍କୁ ଲେଖିଛନ୍ତି । ଅତିରିକ୍ତ ସଚିବଙ୍କ ଏହି ଚିଠିରୁ ଏହା ସ୍ପଷ୍ଟ ହେଉଛି ଯେ ଆଶିଷଙ୍କ ବାବଦରେ ଗୃହ ବିଭାଗ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରାଞ୍ଚଳ ଆଇଜି ଥିବା ଆଶିଷ ସିଂ ସାଧାରଣ ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର ପ୍ରତି ଦୁର୍ବଳତା ପଦର୍ଶନ କରିଆସୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାଦ୍ୱାରା ରାଜ୍ୟର ନିର୍ବାଚନ ପ୍ରକ୍ରିୟା ନିରପେକ୍ଷ ହେବା ନେଇ ଆଶଙ୍କା କରିଥିଲେ ସେତେବେଳର ବିରୋଧୀ ଦଳ ବିଜେପିର ନେତାମାନେ । ଏନେଇ ବିଜେପିର ପ୍ରତିନିଧି ଦଳ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଆଶିଷଙ୍କୁ ଦାୟିତ୍ୱରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଆଶିଷ ସିଂ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଛୁଟି ନେଇଥିଲେ । ଏହାପରେ ଆଶିଷ ବିଜେଡି କାମ କରୁଥିବା ଅଭିଯୋଗ ହେବାରୁ ନିର୍ବାଚନ କମିଶନ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏମ୍ସର ସ୍ୱତନ୍ତ୍ର ଟିମ ଦ୍ୱାରା ଯାଞ୍ଚ ହୋଇଥିଲା । ଶାରରିକ ଓ ମାନସିକ ସ୍ଥରରେ ଆଶିଷ ସିଂ ସୁସ୍ଥ ଥିବା ରିପୋର୍ଟରୁ ସ୍ପହ୍ଟ ହୋଇଥିଲା । ଏହାପରେ ଭାରତୀୟ ନିର୍ବାଚନ କମିଶନ ଆଶିଷ ସିଂଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ତେବେ ଗତକାଲି ତାଙ୍କୁ ଏକ ବୈଠକରେ ଦେଖିବାକୁ ମିଳିଥିଲା।