୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସରେ କନିଷ୍ଠ ଯନ୍ତ୍ରୀ

ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।