ଆଜିଠୁ ଶୀତ ଅଧିବେଶନ: ବିଧାନସଭାରେ ସ୍ବତନ୍ତ୍ର ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ….
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ଅଧିବେଶନର ବିଶେଷତ୍ବ ହେଉଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ସ୍ବତନ୍ତ୍ର ତଥା ଐତିହାସିକ ଅଭିଭାଷଣ ପ୍ରଦାନ କରିବେ। ଏଥିପାଇଁ ବିଧାନସଭାର ଭିତର ଓ ବାହାରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଅପେକ୍ଷା ରହିଛି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଶୁଭାଗମନକୁ। ଏହା ଭିତରେ ଏଥର ବିଧାନସଭାର ଶୀତ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍ ଉଷ୍ଣ ରହିବ। ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ବେଳେ ମୁକାବିଲା ପାଇଁ ଶାସକ ବିଜେପି ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଅଭିଭାଷଣ ସହ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ।