୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(ଏସ୍ ନ୍ୟୁଜ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ରେ ପହଞ୍ଚିଛି। ଏବେ ସୁଦ୍ଧା ୩ ଲକ୍ଷ ୩୭ ହଜାର ୪୩୦ଜଣ ସୁସ୍ଥ ହୋଇ ସାରିଲେଣି ଓ ଏବେ ବି ୨୮୨୦ ଜଣ ସକ୍ରିୟ ଅଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫ ଜଣ, ବରଗଡ଼ରୁ ୧୯ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧୫ ଜଣ, କଟକରୁ ୨୬ ଜଣ, ଦେବଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ, ଗଜପତିରୁ ୪, ଗଞ୍ଜାମରୁ ୧୩ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୨୯ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୭୭ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୮ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭୫ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।