ଚର୍ଚ୍ଚାରେ ଉତ୍ତରପ୍ରଦେଶର ଦୁଇ ଆସନ, ଆମେଥି ଓ ରାଇବରେଲି

ଚର୍ଚ୍ଚାରେ ଉତ୍ତରପ୍ରଦେଶର ଦୁଇ ଆସନ, ଆମେଥି ଓ ରାଇବରେଲି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେଥି ପରିବର୍ତ୍ତେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଆସନ ରାଇବରେଲିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ପୁଣି ଥରେ ଆମେଥିରୁ ପ୍ରାର୍ଥୀ କରିଥିବା ବେଳେ ରାହୁଲଙ୍କ ବଦଳରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ।୨୦୦୪ରୁ ରାହୁଲ ଗାନ୍ଧୀ ଲଗାତାର ଭାବେ ଆମେଥିରୁ ଜିତିଆସୁଥିଲେ ମଧ୍ୟ ବିଜୟର ବ୍ୟବଧାନ କମି କମି ଆସୁଥିଲା । ଯାହାର ସୁଯୋଗ ନେଇ ୨୦୧୪ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରାହୁଲ ଗାନ୍ଧୀଙ୍କୁ ଭଲ ଟକ୍କର ଦେଇଥିଲେ । ଶେଷରେ ୨୦୧୯ରେ ସ୍ମୃତି ରାହୁଲକୁ ୫୫ ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ ।

ଏଥରକ ଆମେଥିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା କିଶୋରୀ ଲାଲ ଶର୍ମାଙ୍କୁ ସେଠିକାର ତୃଣମୂଳ ସ୍ତରର କର୍ମୀ ବୋଲି କୁହାଯାଏ । ତାଙ୍କ ପ୍ରଚାରର ଦାୟୀତ୍ୱ ନିଜେ ପ୍ରିୟଙ୍କା ଗାନ୍ଧୀ ନେଇଛନ୍ତି । ଅନ୍ୟପଟେ ନିଜ ତଥା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ରାହୁଲ ଗାନ୍ଧୀ ରାଇବରେଲିରୁ ନିଜ ମା ସୋନିଆ ଗାନ୍ଧୀଙ୍କ ଭଲ ଭାବମୂର୍ତିରୁ ଫାଇଦା ପାଇବେ ବୋଲି ଆଶା ରଖିଛନ୍ତି । ମାତ୍ର ଏଠାରୁ ଜିତିବା ରାହୁଲ ଗାନ୍ଧୀଙ୍କ ପାଇଁ ଏତେ ସହଜ ହୋଇନପାରେ । ଗତ ତିନି ନିର୍ବାଚନର ଫଳାଫଳକୁ ଦେଖିଲେ ସୋନିଆ ଗାନ୍ଧୀଙ୍କ ବିଜୟ ବ୍ୟବଧାନ କ୍ରମାଗତ ଭାବେ କମୁଛି । ୨୦୦୯ରେ ସୋନିଆ ଗାନ୍ଧିଙ୍କ ବିଜୟ ବ୍ୟବଧାନ ୩ଲକ୍ଷ ୭୨ହଜାର ୧୬୫ ଥିବା ବେଳେ ୨୦୧୪ରେ ୩ଲକ୍ଷ ୫୨ହଜାର ୭୧୩ ରହିଥିବା । ୨୦୧୯ରେ ଏହି ବ୍ୟବଧାନ ଆହୁରି କମି ୧ଲକ୍ଷ ୬୭ହଜାର ୧୭୮ରେ ପହଞ୍ଚିଛି ।

୨୦୨୩ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ରାଇବରେଲି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୫ ଆସନ ମଧ୍ୟରୁ ବିଜେପି ୩ଟି, ସମାଜବାଦୀ ପାର୍ଟି ୨ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା । ଏଥର ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମେଂଟ କରିଛନ୍ତି । ଯାହା ଫଳରେ କଂଗ୍ରେସର ପ୍ରତ୍ୟେକ ନିର୍ବାଚନୀ ସଭା ତଥା ପ୍ରଚାର କାର୍ୟ୍ୟକ୍ରମରେ ସମାଜବାଦୀ ପାର୍ଟି କର୍ମୀଙ୍କୁ ଯଥେଷ୍ଟ ସଂଖ୍ୟାରେ ଦେଖିବାକୁ ମିଳୁଛି । ଏହା କଂଗ୍ରେସ ପାଇଁ ଏକ ବଡ଼ ସହାୟକ ହୋଇପାରେ । ଅନ୍ୟପଟେ ରାଇବରେଲିରୁ ବିଜେପି ପ୍ରାର୍ଥୀ ହୋଇଥିବା ଉତ୍ତରପ୍ରଦେଶର ମନ୍ତ୍ରୀ ଦିନେଶ ପ୍ରତାପ ସିଂଙ୍କୁ ଦଳ ମଧ୍ୟରେ ହିଁ ବିରୋଧର ସାମ୍ନା କରିବାକୁ ପଡିଛି । କରିବାକୁ ପଡିଲାଣି । ୨୦୧୯ ନିର୍ବାଚନରେ ଆମେଥିରୁ ହାରିବା ପରେ ରାହୁଲ ଏଥର ନିର୍ବାଚନ ମଣ୍ଡଳୀ ପରିବର୍ତନ କରିଛନ୍ତି । କଂଗ୍ରେସ ଅବା ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ଆଗୁଆ ଥିବା ରାହୁଲ ଗାନ୍ଧୀଙ୍କୁ ହରାଇ ବିଜେପି ବିରୋଧୀଙ୍କୁ ଚେକ ଦେବାକୁ ନିଶ୍ଚୟ ଚେଷ୍ଟା କରିବ ।