ପୌର ନିର୍ବାଚନ ଲଢେଇରେ ଲଢ଼ିବେ ୫୬୯ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ରହିଲେ ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ସେହିଭଳି ୫୮୪୨ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ । ମୋଟ ୧୦୨ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ୫୩୯ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ । ୧୪ ତାରିଖ ଥିଲା ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ । ରାଜ୍ୟ ସମୁଦାୟ ୩ ମହାନଗର ନିଗମ, ୫୯ ଏନଏସି ଏବଂ ୪୮ ମ୍ୟୁନିସିପାଲିଟିରେ ହେବ ନିର୍ବାଚନ ।

ସେହିପରି, ବିଏମସି ନିର୍ବାଚନ ଚୂଡ଼ାନ୍ତ ତାଲିକା ପ୍ରକାଶିତ ଶେଷ ଦିନରେ ଓହରିଲେ ୪୪ ପ୍ରାର୍ଥୀ, ମୋଟ ୫୨ ଅସଲ ଲଢ଼େଇରେ ୨୯୦ କର୍ପୋରେଟର ପ୍ରାର୍ଥୀ, ମେୟର ପ୍ରାର୍ଥୀ ସଂଖ୍ୟା ୧୨ ।