କାହା ମୁଣ୍ଡରେ କଳସୀ ଜଳ: ବିଳମ୍ବ କରୁଛନ୍ତି ମୋଦିଜୀ

ନୂଆଦିଲ୍ଲୀ: ଏମିତି ହୁଏ । ନିର୍ବାଚନକୁ ଯିବା ପୂର୍ବରୁ ଚୂଡ଼ାନ୍ତ ନିଷ୍ପତି ନିଆଯିବା ଜରୁରୀ ।   ତା’ ନହେଲେ ଏମିତି ଦଶା ଭୋଗିବାକୁ ପଡ଼ିଥାଏ । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ   ବିଧାନସଭାରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଛି ।     ମାତ୍ର କାହାକୁ ମୁଖ୍ୟମନ୍ତ୍ରୀ କରାଯିବ; ତାହା ଏବେ ବିଜେପି ହାଇକମାଣ୍ଡକୁ ଚିନ୍ତାରେ ପକାଇଛି ।

ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ଅବଦାନକୁ ଏଡ଼ାଇ ଦେଇହେବନି ।  ବୁଡିବାକୁ ବସିଥିବା ବିଜେପିକୁ କୂଳରେ ଲଗାଇଛନ୍ତି ମହାରାଣୀ ବସୁନ୍ଧରା । ତାଙ୍କୁ ଗାଦିରେ ନ ବସାଇଲେ ପରିସ୍ଥିତି ଅଣାୟତ ହୋଇପାରେ ।
ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ଗଣମାଧ୍ୟମକୁ କହୁଛନ୍ତି । ମନର ଅବସ୍ଥାକୁ କାହା ଆଗରେ ବଖାଣି ପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତିରେ ବାଦ କରିବ କିଏ?
ଛତିଶଗଡ଼ରେ ବି ସମଦଶା । ମୁଖ୍ୟମନ୍ତ୍ରୀ ହେବାକୁ ରମଣ ସିଂଙ୍କ ମନ କନକନ । ଯାହା ହେଉନା କାହିଁକି, ତିନୋଟି ରାଜ୍ୟକୁ କେନ୍ଦ୍ର ପକ୍ଷରୁ ପର୍ଯ୍ୟବେକ୍ଷକ ଯାଇଛନ୍ତି ।