ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ପୁଣିଥରେ ବିଜେଡି ସରକାର ସ୍ପଷ୍ଟ : ଡ. ପାତ୍ର

ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ହେବ ଏବଂ ଓଡିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।

ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ଶେଷରେ ଆମେ ଆପଣମାନଙ୍କ ଆଗରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରିବେ।

ସମ୍ୱଲପୁର, ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଆଦି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଆଶୀର୍ବାଦ ଓ ବିଜେଡିକୁ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ ପ୍ରଥମ ଦୁଇ ପର୍ଯ୍ୟାୟର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛୁ।

ତୃତୀୟ ପର୍ଯ୍ୟାୟ ପରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ ହୋଇଥିବାବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ଡ. ପାତ୍ର କହିଛନ୍ତି