ଅକ୍ଟୋବର ୯ ତାରିଖରେ ନୂଆପଡ଼ା ଚୂଡ଼ାନ୍ତ ଭୋଟର ତାଲିକା

ଅକ୍ଟୋବର ୯ ତାରିଖରେ ପ୍ରକାଶିତ ହେବ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ।

ମଙ୍ଗଳବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ା ବିଧାନସଭା ଆସନଟି ଖାଲି ହୋଇଛି ।

ସେଥିପାଇଁ ଆରମ୍ଭ ହୋଇଛି ଉପ-ନିର୍ବାଚନ ପ୍ରକ୍ରିୟା ।

ଇତି ମଧ୍ୟରେ ଆରମ୍ଭ ହୋଇଛି ନୂଆପଡ଼ା ଭୋଟର ସଂଶୋଧନ ପ୍ରକ୍ରିୟା । ୧୮ ବର୍ଷ ବୟସର ଯୁବକ ଯୁବତୀମାନେ ସେମାନଙ୍କ ନାମକୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିପାରିବେ । ମୃତ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦିଆଯିବ ।

ନାଗରିକମାନେ ସେମାନଙ୍କ ନାମକୁ ସଂଶୋଧନ କରିପାରିବେ ।

ନୂଆପଡ଼ା ବିଧାନସଭା ଆସନରେ ଏବେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାରରୁ ଅଧିକ । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ।

ପୁରୁଷ ଭୋଟରଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୨୨ ହଜାରରୁ ଅଧିକ ଥିଲାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାରରୁ ଅଧିକ । ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨ ହଜାରରୁ ଅଧିକ ।