ରାଜ୍ୟସଭାକୁ ଡାହା ମିଛ କହିଲେ ଅମିତ: ବୈସାରଣ ଉପତ୍ୟକାରେ ହୋଟେଲ ନିର୍ମାଣ କରୁଥିବା ଲୋକଟି କିଏ?

ପେହେଲଗାମର ବୈସାରଣ ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିବା ଆତଙ୍କୀମାନେ ଏବେ ମଧ୍ୟ ଆରାମରେ ବୁଲୁଛନ୍ତି । ବିଗତ ଦୁଇଦିନ ଭିତରେ ଜମ୍ମୁ-କଶ୍ମୀର ଅଂଚଳରେ ଯେଉଁ ଆତଙ୍କୀମାନଙ୍କୁ ନିପାତ କରାଯାଇଛି, ସେମାନଙ୍କ ଭିତରୁ ଜଣେ ମଧ୍ୟ ପେହେଲଗାମ ଆତଙ୍କୀ ହମ୍‌ଲାରେ ସାମିଲ ନଥିଲେ ବୋଲି ଏକ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି ।

‘ଅପରେସନ୍ ମହାଦେବ’ରେ ସାମିଲ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ତିନିଜଣ ଆତଙ୍କୀଙ୍କ ଭିତରୁ ଜଣେ ପେହେଲଗାମ ଆତଙ୍କୀ ହମ୍‌ଲାର ମାଷ୍ଟର ମାଇଣ୍ଡ ଥିଲେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେମିତି ଜାଣିଲେ? ପେହେଲଗାମ ଅଂଚଳରେ ଯୋଉ ବନ୍ଧୁକ ବ୍ୟବହାର କରାଯାଇଥିଲା, ସେହି ବନ୍ଧୁକ ଅପରେସନ୍ ମହାଦେବରେ ମରିଥିବା ଆତଙ୍କୀ ବ୍ୟବହାର କରୁଥିବା କଥା ଅମିତ ଜାଣିଲେ କେମିତି ?

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତଙ୍କ କଥା ଯଦି ସତ ହୋଇଥାଏ, ତେବେ ସୀମା ଆରପଟୁ ଯେତେ ସବୁ ଆତଙ୍କୀ ଭାରତରେ ପ୍ରବେଶ କରୁଛନ୍ତି, ସେମାନେ ସମସ୍ତେ ପ୍ରଥମେ ଅମିତଙ୍କୁ ଭେଟୁଛନ୍ତି, ଅନୁମତି ପତ୍ର ପାଇବା ପରେ ଭାରତ ଭିତରକୁ ପଶୁଛନ୍ତି । ଆତଙ୍କୀ ହମ୍‌ଲା ଘଟାଇବା ପରେ ଅମିତଙ୍କ ନିକଟରୁ ମେଲାଣି ନେଇ ପଳାୟନ କରୁଛନ୍ତି ।

ଶଣିବାକୁ ମିଳୁଛି, ବୈସାରଣ ଉପତ୍ୟକାରେ ଏକ ହୋଟେଲ ନିର୍ମାଣ କରୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଜୟ ଶାହ । ପେହେଲଗାମ ଅଂଚଳର ଏକ ବିରାଟ ଭୂଖଣ୍ଡକୁ ଅଧିଗ୍ରହଣ କରିଛନ୍ତି ଶିଳ୍ପପତି ଆଦାନୀ । ଜୟ ଶାହଙ୍କ ହୋଟେଲ ପାଇଁ କିଛି ଅଧିବାସୀଙ୍କୁ ବନ୍ଧୁକ ମୂନରେ ବାସହୀନ କରାଯାଇଛି ।