ଜଗତସିଂହପୁର/ତିର୍ତ୍ତୋଲ,(ସାକ୍ସୀ ନ୍ୟୁଜ୍)ତା ୧୩/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଆମ୍ବେରୀ ପଞ୍ଚାୟତରେ କଂଗ୍ରେସ ନେତା ବାପି ସର୍ଖେଲ ମାରାଥନ ପ୍ରଚାର କରିଛନ୍ତି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବ୍ଲକର ଜିଲ୍ଲା ପରିଷଦ ଏକ ନମ୍ବର ଜୋନ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ମିଷ୍ଠା ଦାସଙ୍କ ସହ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଲିପିମୟୀ ମଲ୍ଲିକ ଓ ସମିତି ସଭ୍ୟ ପ୍ରାର୍ଥୀ ଅରୁଣ ମଲ୍ଲିକଙ୍କ ପାଇଁ କଂଗ୍ରେସ ନେତା ବାପି ସର୍ଖେଲ ମାରାଥନ ପ୍ରଚାର କରିଥିଲେ ।
ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବାପି ସର୍ଖେଲ ଆମ୍ବେରୀ ପଞ୍ଚାୟତର ମର୍ଜିତା, କେଶରଡା, ଦେଉଳି, ଅରିଲୋ, କୂଳସାହୀ, ଭରାଗୋଳ, ଏରଗାରି, ଆମ୍ବେରୀ ପ୍ରଭୃତି ଗ୍ରାମରେ ନିର୍ବାଚନୀ ଶୋଭାଯାତ୍ରାରେ ପ୍ରଚାର କରିଥିଲେ । ପ୍ରଚାର ବେଳେ ଅଦ୍ଭୁତ ପ୍ରକାର ଜନସମ୍ପର୍କ ମିଳୁଥିବା ବେଳେ ଏଥର ଲୋକ ପରିବର୍ତ୍ତନ ଚାହୁଁଥିବାରୁ ଆମ୍ବେରୀ ପଞ୍ଚାୟତ ସମେତ ଉଭୟ ତିର୍ତ୍ତୋଲ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟ ହାସଲ କରିବ ବୋଲି ବାପି ସର୍ଖେଲ ଦୃଢୋକ୍ତି ପ୍ରକାଶ କରିଥିଲେ।