ବିଜେଡ଼ି ଯୁବ ନେତୃତ୍ବ ଗଡ଼ରେ ହାରିଲା ବିଜେଡ଼ି
ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ସମିତ ସଭ୍ୟ ଉପନିର୍ବାଚନରେ ବିଜେପିର ବାଜମାତ….
ଭଦ୍ରକ : ଭଦ୍ରକ ଧାମନଗର ଫଳାଫଳ ପୂର୍ବରୁ ଚାନ୍ଦବାଲି ବିଜେଡ଼ି ନେତୃତ୍ବକୁ ବଡ଼ ଝଟକା । ପଞ୍ଚାୟତ ଉପନିର୍ବାଚନରେ ବିଜେଡ଼ି ହାତରୁ ଆସନ ଛଡ଼ାଇ ନେଲା ବିଜେପି । ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ସମିତ ସଭ୍ୟ ଉପନିର୍ବାଚନରେ ବିଜେପିର ବାଜମାତ । ପୂର୍ବରୁ ଏହି ଆସନଟି ବିଜେଡ଼ି ହାତରେ ରହିଥିଲା ।
ଅନ୍ୟପଟେ ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟଙ୍କ ଗଡ଼ରେ ବିଜେଡ଼ିକୁ ବଡ଼ ଆହ୍ବାନ ବୋଲି ଚାଲିଛି ଚର୍ଚ୍ଚା । ତେବେ ଆସନ୍ତାକାଲି ଧାମନଗର ଫଳାଫଳ ପୂର୍ବରୁ ଆଜି ବିଜେପିର ଏହି ସଫଳତା କର୍ମୀ ଓ ନେତାକୁ ମନରେ ଆଣିଛି ଉତ୍ସାହ ।