‘ପାଟନାରେ ବିଲୁଆ ବିଚାର ପଡ଼ିଥିଲା’

ପାଟନାରେ ବିରୋଧୀଙ୍କ ମହାମେଳିକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ ‘ବିଲୁଆ ବିଚାର’ କହିବାରୁ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜନୀତି ପାଇଁ ବିଜେପି ପଶୁଙ୍କ ସାହାଯ୍ୟ ନେଉଛି । ଦିନେ ଆମକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ୪୪ଟି ଦଳ ସହିତ ମେଂଟ କରିିଥିଲା । ତାହା କ’ଣ ଆମ ବିପକ୍ଷରେ ବିଜେପିର ବିଲୁଆ ଗୋଠ ଥିଲା।

କଂଗ୍ରେସର ରାଜ୍ୟସଭା ସଭ୍ୟ ସ୍ମୃତିଙ୍କ ପରାମର୍ଶ ଛଳରେ କହିଛନ୍ତି, ସ୍ମୃତି ମର୍ଯ୍ୟାଦା ଭିତରେ ରହି ଭାଷଣ ଦିଅନ୍ତୁ । ସ୍ମୃତି କହିଥିଲେ, ବିଲୁଆ ଦଳବଦ୍ଧ ହୋଇ ଶିକାର କରିଥାନ୍ତି । ସେମାନଙ୍କୁ ମାଲୁମ ନଥାଏ ଯେ ଦଳବଦ୍ଧ ହୋଇ ବାଘ ଶିକାର କରିବା ମୁସ୍କିଲ।
ସ୍ମୃତି ଅଭିଯୋଗ କରିଥିଲେ କି, ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ନାହାନ୍ତି । ଦେଶର ଜନତା ଓ ସେମାନଙ୍କର ସଂପତି ଉପରେ ବିରୋଧୀଙ୍କ ନଜର ରହିଛି । ଯୋଉମାନେ ନିଜ ଘରକୁ ସମ୍ଭାଳି ପାରୁନାହାନ୍ତି, ସେମାନେ ଦେଶକୁ କ’ଣ ସମ୍ଭାଳିବେ? ବିରୋଧୀ ଦଳ ଭିତରେ ମତଭେଦ ରହିଛି।