ନିର୍ବାଚନ ସମୟରେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା

ଓଡ଼ିଶାର ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଛନ୍ତି। ରେଳ ଯୋଗାଯୋଗ କ୍ଷେତ୍ରରେ ପୂର୍ବଭାରତର ରାଜ୍ୟମାନଙ୍କ ଭିତରେ ଓଡ଼ିଶା ସର୍ବନିମ୍ନ। ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କେନ୍ଦ୍ର ସାମିଲ କରୁନାହିଁ। ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଏବେ ବି ଦିବାସ୍ୱପ୍ନ।

ନିର୍ବାଚନ ସମୟରେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି ନେତାମାନେ ଯଦି ଟିକେ ଆଗ୍ରହ ପ୍ରକାଶ କରିଥାନ୍ତେ ଆଜି ଜଗତସିଂହପରୁ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜିଲ୍ଲା ସହ ରାଜ୍ୟର ଅର୍ଥନୀତି ଆହୁରି ସୁଦୃଢ ହୋଇପାରିଥାନ୍ତା ବୋଲି କହିଛନ୍ତି ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ।