ଭଦ୍ରକ ଜିଲ୍ଲାର କଂଗ୍ରେସ ଓ କମ୍ୟୁନିଷ୍ଟ ନେତା ଓ କର୍ମୀ ବିଜେପିରେ ହେଲେ ସାମିଲ

ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଉପସ୍ଥିତ ଥିଲେ ରାଜ୍ୟ ତଥା ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ..

ଭୁବନେଶ୍ୱର,ତା.୨୭/୦୬: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ବହୁ ପୁରୁଷ ଓ ମହିଳା କାର୍ଯ୍ୟକର୍ତା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ସିପିଆଇ ରାଜ୍ୟ ପରିଷଦସଭ୍ୟ ତଥା ଏଆଇଟିୟୁସି ସାଧାରଣ ସଂପାଦକ ଶ୍ରୀ ଉପେନ୍ଦ୍ର ରାଉଳ, ଚାନ୍ଦବାଲୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ଯୁବ କଂଗ୍ରେସ ସଭାପତି ମାନସ ବାରିକ, ଭାଟପଡା କଂଗ୍ରେସ ସଭାପତି ସୁକାନ୍ତ ପାଢ଼ି, ଅଖିଳ ଭାରତ ଯୁବ ସଂଘ ସପାଂଦକ ଶିବାନୀ ରଞ୍ଜନ ଦାସଙ୍କ ସମେତ ମାନସ ବିଶ୍ୱାଳ, ଆନନ୍ଦ ଦାସ, ମାର୍କଣ୍ଡ ନାୟକ, ଗୀତିକା ରାଉଳ ଓ ଅଭିନନ୍ଦନ ନାୟକପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ଶ୍ରୀ ମହାନ୍ତି ସ୍ୱାଗତ କରିଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବା ସହ ଭବିଷ୍ୟତରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପିର ସଙ୍ଗଠନ ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେରାଜ୍ୟ ସାଧାରଣ ସଂପାଦିକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀଙ୍କ ସମେତ ବହୁ ବନେତୃବୃନ୍ଦ ଉପସ୍ଥିତ ଥିଲେ ।