ଦିଲ୍ଲୀପ ସ୍ୱାଇଁ କୃଷକମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ : କୃଷକମୋର୍ଚ୍ଚା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ କମିଟି ସଦସ୍ୟ ଭାବେ ଭୂବନେଶ୍ୱରର ଶ୍ରୀ ଦିଲ୍ଲୀପ ସ୍ୱାଇଁଙ୍କୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂସଦ ଶ୍ରୀ ରାଜକୁମାର ଚହର ମନୋନୀତ କରିଥିବାରୁ ଗତକାଲି କୃଷକ ମୋର୍ଚ୍ଚା ରାଜ୍ୟ କମିଟି ତରଫରୁ ଶ୍ରୀ ସ୍ୱାଇଁଙ୍କୁ ପାର୍ଟି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ଦିଲ୍ଲୀପ ସ୍ୱାଇଁ ପୂର୍ବରୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ଗତକାଲି ରାଜ୍ୟ କୃଷକ ମୋର୍ଚ୍ଚାର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନା ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ଶ୍ରୀ ରଞ୍ଜନ ପଟେଲ, ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍‌ ସ୍ୱାଇଁ, ଅଶୋକ ମହାନ୍ତି, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।