ଭୁବନେଶ୍ୱର ତା ୮.୭: କଂଗ୍ରେସର ଜନସଂପକ ଯାତ୍ରା ଦ୍ୱିତୀୟ ପର୍ଯ୍ୟାୟ ଆଜି ନବରଙ୍ଗପୁର ଜିଲ୍ଲାରୁ ଆରମ୍ଭ ହୋଇଛି । ଆଜି ଜନସଂପର୍କ ଯାତ୍ରା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହିଦମିନାର ଠାରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ବିଧାୟକ ତାରା ବାହିନୀପତି, ପୂର୍ବତନ ବିଧାୟକ ଭୁଜବଳ ମାଝି, ଦେବାଶିଷ ପଟ୍ଟନାୟକ, ସଦନ ନାୟକ, ନିମାଇ ସରକାର, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଡ. ଲିପିକା ମାଝୀ ଏବଂ ରାଜ୍ୟସ୍ତରୀୟ ଏବଂ ଜିଲ୍ଳାସ୍ତରୀୟ କଂଗ୍ରେସ ନେତୃବର୍ଗ ୧୯୪୨ ମସିହାରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯେଉଁ ୧୯ ଜଣ ଯୁବ ଆଦିବାସୀ ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ସେମାନଙ୍କର ସ୍ମୃତି ଚାରଣ କରିବା ସହିତ ମହାନ ସ୍ୱାଧୀନତା ସଂଗ୍ରାମୀ ପ୍ରତି ମୂର୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପରେପରେ ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ଭେଟି ସରାଗୁଡ଼ାରେ ରକ୍ତତୀର୍ଥ ତୁରୀ ନଦୀରେ ସ୍ୱାଧୀନତା ସଂଗ୍ରାମୀ ସୋନୁ ମାଝୀଙ୍କର ସ୍ମୃତିଚାରଣ କରିବା ସହିତ ତିଳତର୍ପଣ କରିଥିଲେ । ଡାବୁଗାଁ ବ୍ଲକ କଂଗ୍ରେସ ନେତୃବର୍ଗ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀ ପଟ୍ଟନାୟକ ଉମରକୋଟରେ ପଂହଚିଥିଲେ । ଉମରକୋଟରେ ଏକ ବିରାଟ ବାଇକ ର୍ୟାଲିରେ ଉମରକୋଟ କଂଗ୍ରେସ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ଶ୍ରୀ ଶରତ ପଟ୍ଟନାୟକ କଂଗ୍ରେସ କର୍ମୀମାନଙ୍କୁ ସମ୍ବୋଦ୍ଧିତ କରି କହିଥିଲେ କଂଗ୍ରେସର ଗଡ଼ ଉମକୋଟକୁ ଆଉଥିରେ କଂଗ୍ରେସର ଗଡ଼ ରୂପେ ଗଢ଼ିତୋଳିବାକୁ ହେବ । ଏଥିପାଇଁ କଂଗ୍ରେସର ସମସ୍ତ ନେତୃବର୍ଗଙ୍କୁ ଏକ ହୋଇ କାମ କରିବାକୁ ପଡ଼ିବ । ଉଭୟ ବିଜେଡ଼ି ଓ ବିଜେପି ସରକାର ବିରୋଧରେ ପ୍ରତ୍ୟେକ ସ୍ତରରୁ ଲଢ଼େଇ ଆରମ୍ଭ ହେବ । ଏମାନଙ୍କର ବିଫଳତାକୁ ଲୋକଙ୍କ ପାଖରେ ପଂହଚାଇବାକୁ ହେବ । ଉମରକୋଟର ବିଜେଡ଼ି ଦଳର ନେତା ସୋନରାଜ ଗଣ୍ଡଙ୍କ ନେତୃତ୍ୱରେ ଦୁଇ ହଜାର ରୁ ଅଧିକ ବିଜେଡ଼ି କର୍ମୀଙ୍କୁ ସାଥିରେ ନେଇ କଂଗ୍ରେସରେ ମିଶିଲେ । ଉମରକୋଟରୁ ଶ୍ରୀ ପଟ୍ଟନାୟକ ରାଇଘର ଯାତ୍ରା କରିଥିଲେ ।

ରାଇଘର ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ଦୀର୍ଘ ୮ ବର୍ଷ ଧରି ଯେଉଁ ସବୁ ଜନସାଧାରଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଗୋଟିଏ ବି ପାଳନ କରିବାରେ ସମର୍ଥ ନୁହଁନ୍ତି । ଯେଉଁ ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା କଥା କୁହାଯାଇଥିଲା ତାହା ଆସିଛିକି ବୋଲି ପ୍ରଶ୍ନ କରିଥିଲେ । ୧୫ ଲକ୍ଷତ ଦୁରେ ଥାଉ ୧୫ ଟଙ୍କା ଆସିଲାକି? ଦରଦାମ ନିୟନ୍ତ୍ରଣ କରିବାରେ ଏ ସରକାର ବିଫଳ । ପ୍ରତିବର୍ଷ ୨ କୋଟି ଚାକିରି ଦେବା କଥା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ୪୫ କୋଟି ବେରୋଜଗାର ସୃଷ୍ଟି କରିଛି । ଠିକ ସେହିଭଳି ଭାବରେ ୨୨ ବର୍ଷ ଧରି ନବୀନ ବାବୁ ବିଜେଡ଼ି ସରକାର ଓଡ଼ିଶାକୁ ଲୁଟ କରିଚାଲିଛନ୍ତି । ଉଭୟ ସରକାର ଏକ ଅଗଣତାନ୍ତ୍ରିକ ସରକାର ଏମାନେ ଯୁବକ, କୃଷକ, ମହିଳା ଓ ବିଶେଷ କରି ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟ ଆୟକାରୀ ବର୍ଗଙ୍କୁ ବିରୋଧ କରୁଛନ୍ତି । ରାଜ୍ୟରେ କୃଷକଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ସବୁଠାରୁ ପଛରେ । ଯେଉଁ ଅଫିସରମାନେ କଂଗ୍ରେସ ନେତାମାନଙ୍କୁ ହଇରାଣ ହରକତ କରୁଛନ୍ତି ଏବଂ ଜନସାଧାରଣଙ୍କର ସମସ୍ୟାପ୍ରତି କର୍ଣ୍ଣାପତ କରୁନାହାନ୍ତି ସେମାନଙ୍କର କଂଗ୍ରେସ ଚିଠା ପ୍ରସ୍ତୁତ କରିବ । କଂଗ୍ରେସ ସରକାର ଆସିଲେ ଏମାନଙ୍କୁ ଦଣ୍ଡ ଦିଆଯିବ ।
ଏହି ସଭାରେ ନବରଙ୍ଗ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ । କିଶୋର ଜେନା, ବିଭୁତି ମିଶ୍ର, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ନିରଞ୍ଜନ ଦାସ, କ୍ଷେମରାଜ ବାଗ ଙ୍କ ସମେତ ଜିଲ୍ଲାର ସମସ୍ତ ଛାତ୍ର, ଯୁବ, ମହିଳା ଓ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ଶେଷରେ ଡ. ଲିପିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।