ଗୁଜୁରାଟ: ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଦଳ ପକ୍ଷରୁ ମଧ୍ୟ କୌଣସି ସୂଚନା ମିିଳିନାହିଁ ।ତେବେ ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତି, ଦଳରେ ଏହା ଏକ ସ୍ୱାଭାବିକ ପକ୍ରିୟା । ମୋତେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି । ଏଭଳି ଦାୟିତ୍ୱ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ତେବେ ହଠାତ୍ ବିଜୟଙ୍କ ଏଭଳି ନିଷ୍ପତ୍ତି ଗୁଜୁରାଟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।