ରାଜ୍ୟସଭା ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଆପ ଦଳ । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରର ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ କ୍ରିକେଟର ହରଭଜନ ସିଂଙ୍କ ନାମ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଏହାସହ ହରଭଜନଙ୍କୁ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ମୁଖ୍ୟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଚାଲିଛି ।

ସୂଚନାଯୋଗ୍ୟ ଯେ, ଭଗୱନ୍ତ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ହରଭଜନ ସିଂ ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ଆପ ପାର୍ଟି ଏବଂ ମୋର ବନ୍ଧୁ ଭଗୱନ୍ତ ମାନଙ୍କୁ ଆମର ନୂତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ । ସୂଚନାଯୋଗ୍ୟ ଯେ, ହରଭଜନ ସିଂହ ରାଜନୀତିରେ ଏଣ୍ଟ୍ରି କରିବା ନେଉ ଜୋରଦାର ଚର୍ଚ୍ଚା ହେଉଥିଲା ।