ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ । ଏନେଇ ସେ ନିଜେ ଏହି ଘୋଷଣା କରିଛନ୍ତି । ଏବେ ସେ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ପଦ୍ମ ଧରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ଏପ୍ରିଲରେ ଅହମ୍ମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଟେଲ ଭେଟିଥିଲେ । ତେଣୁ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ସେହିପରି ଦଳରୁ ଅସନ୍ତୋଷ ହୋଇ ଗୁଜରାଟ କଂଗ୍ରେସ ସଭାପତି ହାର୍ଦ୍ଦିକ ମେ’ ୧୮ରେ ଇସ୍ତଫା ଦେବା କଥା କହିଥିଲେ ।