ଲୋକ ପ୍ରତିନିଧିଙ୍କୁ ଅଣଦେଖା ଗ୍ରହଣୀୟ ନୁହେଁ

ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିଜେଡିର ନିନ୍ଦା

ପକ୍ଷପାତିତାକରୁଛନ୍ତିବୋଲଗଡବିଡିଓ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ବିଡ଼ିଓ ଶ୍ରୀମତୀ ସୁମନ ସୁଧାକୁଣ୍ଡୁଙ୍କ ଦ୍ୱାରା ଅଗଣତାନ୍ତ୍ରିକ କାର୍ଯ୍ୟ ଓ ଦଳୀୟଭିତ୍ତିରେ ପକ୍ଷପାତବ୍ୟବହାର, ପ୍ରଶାସନିକ ଅନିୟମିତାକୁ ତୀବ୍ରଭାବେ ନିନ୍ଦାକରିଛିବିଜୁଜନତା ଦଳ।ବୋଲଗଡ଼ବ୍ଲକରେଘଟୁଥିବାଘଟଣାକୁନେଇ ଦଳ ଗଭୀରଚିନ୍ତା ପ୍ରକାଶ କରିବାସହ ଏହା ପଞ୍ଚାୟତ ସ୍ତରରେ ଲୋକତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ପାଇଁ କ୍ଷତିକାରକ ବୋଲି ବିଜେଡି କହିଛି।

ଗତ ୮ ଦିନ ଧରିବିଭିନ୍ନରାଜନୈତିକ ଦଳର ନିର୍ବାଚିତ ପ୍ରତିନିଧିମାନେ ବ୍ଲକକାର୍ଯ୍ୟାଳୟସାମ୍ନାରେଶାନ୍ତିପୂର୍ଣ୍ଣ ଧାରଣାରେବସିସାଧାରଣବିକାଶମୂଳକସମସ୍ୟାଗୁଡ଼ିକୁଉଠାଇ ଆସୁଛନ୍ତି। ଏଥିରେକଳ୍ୟାଣକାରୀଯୋଜନାରରୂପାୟନରେବିଳମ୍ୱ, ଅସଂପୂର୍ଣ୍ଣର୍ ଅବସ୍ଥାରେ ଥିବା ଅଧାଗଢା କାମ ଓ ଗ୍ରାମୀଣଲାଭାର୍ଥୀମାନଙ୍କସମସ୍ୟା ସମ୍ମିଳିତ ଅଛି। ଏହି ଆନ୍ଦୋଳନ ସମ୍ପୂର୍ଣ୍ଣଭାବେଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକଉପାୟରେଚାଲିଛି। ଯାହା ଆଇନସମ୍ମତ ଉପାୟରେଜନସମସ୍ୟାସମାଧାନ ପାଇଁ ପ୍ରତିନିଧିମାନଙ୍କସଙ୍କଳ୍ପକୁ ପ୍ରତିବିମ୍ୱିତକରୁଛି।

ସେହିପରି ନିର୍ବାଚିତ ପ୍ରତିନିଧିମାନଙ୍କସହିତଗଠନମୂଳକ ଆଲୋଚନା କରିବା ପରିବର୍ତ୍ତେ, ବିଡ଼ିଓମହୋଦୟାମୁକାବିଲାମନୋଭାବନେଇକାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି। ଖବର ଅନୁସାରେ, ଧାରଣାସମୟରେ ନିର୍ବାଚିତବ୍ଲକଚେୟାରମ୍ୟାନଙ୍କୁବ୍ଲକକାର୍ଯ୍ୟାଳୟ ପରିସରକୁ ପ୍ରବେଶକରିବାରୁ ବଞ୍ଚିତକରାଯାଇଥିଲା।ଏହିପରିକାର୍ଯ୍ୟ ଯଦି ସତ୍ୟ ପ୍ରମାଣିତହୁଏ, ତେବେଏହାଗୋଟିଏସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ଏବଂ ପଞ୍ଚାୟତିରାଜ ପ୍ରଣାଳୀରେଉଦ୍ଦିଷ୍ଟଲୋକତାନ୍ତ୍ରିକବିକେନ୍ଦ୍ରୀକରଣର ଆତ୍ମାକୁ କ୍ଷତିଗ୍ରସ୍ତକରୁଛି।ବିଜେଡିକହିଛି ଯେ ନିର୍ବାଚିତ ପ୍ରତିନିଧିଙ୍କୁତାଙ୍କକର୍ତ୍ତବ୍ୟ ପାଳନରୁ ବଞ୍ଚିତକରିବା ଏକ ଅଗଣତାନ୍ତ୍ରିକ କାର୍ଯ୍ୟଏବଂ ପ୍ରଚଳିତ ପ୍ରଶାସନିକମାନଦଣ୍ଡଙ୍କୁବିରୋଧ କରୁଛି।

ବ୍ଲକ ପ୍ରଶାସନରେକଥିତ ଦଳପକ୍ଷପାତୀକାର୍ଯ୍ୟପ୍ରଣାଳୀନେଇ ଦଳ ଗଭୀରଚିନ୍ତା ପ୍ରକାଶକରିଛି।ସରକାରୀକର୍ମଚାରୀମାନେ ରାଜନୈତିକ ନିରପକ୍ଷତାରକ୍ଷାକରି ନିର୍ବାଚିତ ପ୍ରତିନିଧିମାନଙ୍କସହସମନ୍ୱୟରେଲୋକଙ୍କକଳ୍ୟାଣ ଓ ବିକାଶ ପାଇଁକାମକରିବାକୁବାଧ୍ୟବୋଲି ଦଳ ଜୋର ଦେଇଛି।
ଦଳରଗଣମାଧ୍ୟମସଂଯୋଜକତଥା ମୁଖପାତ୍ର ଡ. ଲେନିନ୍‌ମହାନ୍ତି, ଡ. ପ୍ରିୟବ୍ରତମାଝୀ, ଶ୍ରୀ ନାରାୟଣଜେନାଏବଂଶ୍ରୀମତୀରିତାଞ୍ଜଳି

ପ୍ରଧାନଙ୍କସମେତବିଜେଡିନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀଖୋର୍ଦ୍ଧାଜିଲ୍ଲାପାଳଙ୍କଉଦ୍ଦେଶ୍ୟରେ ପିଡିଡିଆରଡିଏଙ୍କମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରିବାସହିତଏହିବିଷୟରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବିକରିଥିଲେ।

ବିଜେଡିବିଡ଼ିଓଙ୍କବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ସ୍ୱଚ୍ଛ ଓ ସମୟସୀମାବଦ୍ଧ ତଦନ୍ତ, କଥିତଭାବେବ୍ଲକଚେୟାରମ୍ୟାନଙ୍କୁ ପ୍ରବେଶ ଅନୁମତି ନମିଳିବାର ପରିସ୍ଥିତିର ଅନୁଧ୍ୟାନ ଏବଂ ପ୍ରଶାସନିକ ନିରପେକ୍ଷତା ଓ ସାଧାରଣଲୋକଙ୍କ ଆତ୍ମବିଶ୍ୱାସ ପୁନରୁଦ୍ଧାର ପାଇଁଉଚିତ ପଦକ୍ଷେପ ନେବାକୁ ଦାବିକରିଛି।ସେହିପରି, ବୋଲଗଡ଼ବ୍ଲକରେବିକାଶମୂଳକକାର୍ଯ୍ୟଗୁଡ଼ିକସୂଚାରୁ ଓ ଅବାଧ ଭାବେଚାଲୁରଖିବାକୁଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି।