ଯୋଡା,(ସାକ୍ସୀ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର କେନ୍ଦ୍ରୀୟ ଖେଳ ପଡିଆ ଠାରେ ରେ ଭାରତୀୟ ଜନତା ପାର୍ଟିର ବିଶାଳ ଜନସମାବେଶର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି I ଏହି ଜନସଭାରେ ଯୋଡ଼ା ସହର ଓ ଯୋଡ଼ା ବ୍ଲକର ହଜାର ହଜାର ଲୋକଙ୍କ ସମାଗମ ହୋଇ ସମୁର୍ଣ୍ଣ ଖେଳ ପଡିଆ ଭର୍ତ୍ତି ଥିବାର ଦେଖା ଯାଇଥିଲା I ସଭାରେ ପ୍ରଚାର ପାଇଁ ମୁଖ୍ୟ ଅତିଥି ରୂପେ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆସିବାର ଥିଲା, ହେଲେ କୌଣସି କାରଣରୁ ମନ୍ତ୍ରୀ ଉପସ୍ଥିତ ହୋଇ ପାରି ନଥିଲେI
ସଂସାଦ ପ୍ରାର୍ଥୀ ଅନନ୍ତ ନାୟକ ଓଡ଼ିଶାରେ ବିଜେପି ସରକାର ହେଲେ ପ୍ରତି ଚମ୍ପୁଆ ନିର୍ଵାଚନ ମଣ୍ଡଳୀରେ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରିବାର ପ୍ରତିଶୃତି ଦେଇଛନ୍ତି I ଯାହା ଦ୍ୱାରା କି, ଖଣି ଅଂଚଳରେ ଅନେକ ସମୟରେ ଦୁର୍ଘଟଣାରେ ଲୋକ ବିକିତ୍ସା ଅଭାବରୁ ଜୀବନ ଯିବାରୁ ରକ୍ଷା ପାଇବେ I ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ୫୦ ହଜାର ତାଙ୍କର କ୍ୟାସ ଭାଉଚର ମିଳିବ କଥା କହିଛନ୍ତି I
ଖଣି ଅଂଚଳରେ ଥିବା ଖଣି ଓ ପ୍ଲାଣ୍ଟ ଗୁଡିକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବେ ବୋଲି କହିବା ସହିତ ମୋଦି ସରକାରଙ୍କ ନେତୃତ୍ୱରେ ଏଥର ଚାରି ଶହ ରୁ ଅଧିକ ସାଂସଦ ସହିତ କେନ୍ଦ୍ରରେ ସରକାର ଗଠନ ପାଇଁ ଲୋକଙ୍କୁ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି I ଅନନ୍ତଙ୍କ ଅନୁସାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକଙ୍କୁ ସାଂସଦ ଓ ବିଧାୟକ ପାଇଁ ଦୁଇଟି ସ୍ଥାନରେ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ କହିଛନ୍ତି I ଏହା ଦ୍ୱାରା ରାଜ୍ୟର ବିକାଶ ଦ୍ୱିଗୁଣିତ ହେବ, ରାଜ୍ୟରୁ ଦୁର୍ନୀତି ଶାସନ ତଥା ତାମିଲ ଶାସନ ର ଅନ୍ତ ଘଟିବ ବୋଲି ଉପସ୍ଥିତ ଲୋକଙ୍କୁ ବୁଝାଇଛନ୍ତି I
ଏହି ସଭାରେ ବାମେବାରୀ ଅଂଚଳର ଟାଣୁଆ ନେତା ସଞ୍ଜୟ ବାରିକ ନିଜ ସମର୍ଥକଙ୍କ ସହିତ ବିଜେପି ପାର୍ଟିରେ ଯୋଗ ଦେଇଛନ୍ତି I ଏହା ଦ୍ୱାରା ବିଜେପି ବାମେବାରୀ ଅଂଚଳରେ ଅଧିକ ଭୋଟରଙ୍କୁ ନିଜ ସପକ୍ଷ୍ୟରେ ମତଦାନ କରାଇ ପାରିବ ବୋଲି ଅନୁମାନ କରାଯାଉଛି I ସଭାରେ ଅନ୍ୟ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ମଣ୍ଡଳ ସଭାପତି ସୁଶାନ୍ତ ବେବର୍ତା,ପୂର୍ବତନ ଯୋଡ଼ା ନଗରପାଳ ଆର, କେ ଦାସ, ପୂର୍ବତନ ବଡ଼ବିଲ ନଗରପାଳ ଦିଲୀପ ମିଶ୍ର ,୨୮ ନମ୍ବର ଜନ ଜିଲ୍ଲା ପରିଷଦ ଡମରୁଧର କୁଦାଦା ,ଚର୍ଚିଲ ମହାକୁଡ଼, ଅଗନୁ ମହାନ୍ତ, ଦେବୀ ପ୍ରସାଦ ମିଶ୍ର,ଯୋଡ଼ା କାଉନସିଲର ଗଣେଶ ମୁଦି ,କାଉନସିଲର ରଶ୍ମିତା ପାଣିଗ୍ରାହୀ, ପାର୍ଥ ସାରଥି ଷଡଙ୍ଗୀ,ପ୍ରକାଶ ମଲ୍ଲିକ ଓ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ।