‘ବାୟୁ ସ୍ୱାସ୍ଥ୍ୟ ସେବା’ କାହା ସ୍ୱାର୍ଥରେ ? : ବଳଭଦ୍ର ମାଝୀ

ପ୍ରହେଳିକା ନକରି ଗରୀବଙ୍କୁ ପ୍ରକୃତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ “ବାୟୁ ସ୍ୱାସ୍ଥ୍ୟ ସେବା” ଯୋଗାଇ ଦେବାର ଘୋଷଣା କେବଳ ପ୍ରଚାର ସର୍ବସ୍ୱ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗା ଦେବାରେ ନାମରେ ରାଜ୍ୟ ସରକାର ପୁଣି ଥରେ ପଛୁଆ ଅଂଚଳ ଓ ସ୍ୱାଭୀମାନ ଅଂଚଳବାସୀଙ୍କ ଭାବାବେଗ ସହ ଖେଳିଛନ୍ତି । ମୈାଳିକ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକୀୟ ଭିତିଭୁମି ଯୋଗାଇବାରେ ବିଫଳ ରାଜ୍ୟ ସରକାର ବିଭ୍ରାନ୍ତ ଜରିଆରେ ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଭଳି ପଛୁଆ ଓ ସ୍ୱାଭୀମାନ ଅଂଚଳରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର, ଟେକ୍ନିସିଆନ ନାହାନ୍ତି । ନବରଙ୍ଗପୁର ଜିଲ୍ଲାରେ ୧୬୫ଡାକ୍ତର ପଦବୀ ଖାଲି ପଡ଼ିଛି ।ସରକାରୀ ସ୍ତରରେ ଆବଶ୍ୟକୀୟ ଔଷଧ ନମିଳୁଥିବାରୁ ଘରୋଇ ଔଷଧ ଦୋକାନ ଉପରେ ନିର୍ଭରଶୀଳ । ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ହୁଗୁଳି ପଡିଥିବାବେଳେ ତାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଅନ୍ୟ ପଟେ ରାଜ୍ୟ ସରକାରଙ୍କ “ବାୟୁ ସ୍ୱାସ୍ଥ୍ୟ ସେବା” ଯୋଗାଇ ଦେବାର ଘୋଷଣା କେବଳ ପ୍ରଚାର ସର୍ବସ୍ୱ ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଚଳିତ ମାସ ୧୫ ଓ ୧୬ତାରିଖ ଦୁଇ ଦିନ ପାଇଁ ବିଚ୍ଛିନ୍ନାଚଂଳରେ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୬ ଜଣ ଡାକ୍ତର ହେଲିକ୍ୟାପଟରରେ ନବରଙ୍ଗପୁର ଆସିଥିଲେ । କିନ୍ତୁ ସେଠାରେ ଡାକ୍ତରମାନେ ୨ଦିନ ରହି ବିଚ୍ଛିନ୍ନାଚଂଳ ରୋଗୀଙ୍କ ପାଇଁ କୌଣସି ସୁବିଧା ନକରି ଲାବରେଟେରିରେ ଟେଷ୍ଟ କରି ପୁଣି ଫେରିଆସିଲେ । ୪ ଜଣ ଡାକ୍ତର ହେଲିକେପ୍ଟରରେ ଯାଇ ରକ୍ତ ପରୀକ୍ଷା, ଇସିଜି, ଏକ୍ସରେ, ଏଣ୍ଡୋକ୍ସୋପି ଭଳି ସାମାନ୍ୟ ଚିକିତ୍ସା ପାଇଁ ୨୦ଲକ୍ଷରୁ ଅଧିକ ଖର୍ଚ୍ଚ କରିବା ପଛରେ କାରଣ କେବଳ ପ୍ରଚାର ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟବାସୀଙ୍କ ଅର୍ଥରେ ଏଭଳି ଅଯଥା ଖର୍ଚ୍ଚ କରି ଶାସକ ବିଜେଡି କଣ ବାର୍ତା ଦେବାକୁ ଚାହୁଁଛି ? ଏହି ଯୋଜନା କାହା ସ୍ୱାର୍ଥରେ ? ବାୟୁ ସ୍ୱାସ୍ଥ୍ୟ ସେବା କାହା ପାଇଁ, କିଏ ବାୟୁରେ ଯିବା ଆସିବା କରିଛନ୍ତି ବୋଲି ପ୍ରଶ୍ନ କରିବା ସହିତ ବାୟୁ ସେବାର ପ୍ରହେଳିକା ନକରି ବାସ୍ତବରେ ଗରୀବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।