ହାରିଲେ କେଜ୍ରିୱାଲ ଓ ସିସୋଦିଆ, ଆପ୍‌କୁ ବଡ଼ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆପ୍‌କୁ ଶକ୍ତ ଝଟକା ଲାଗିଛି । ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ହେବାକୁ ପଡ଼ିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ପରାସ୍ତ ହୋଇଛନ୍ତି । ନୂଆଦିଲ୍ଲୀ ଆସନରୁ ଲଢ଼ୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହଙ୍କଠାରୁ ହାରିଯାଇଛନ୍ତି । ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଭେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପି ପ୍ରାର୍ଥୀ ପରବିନ୍ଦର ସିଂହ ମରୱାଙ୍କଠାରୁ ପରାଜିତ ହୋଇଛନ୍ତି ।