ଧାମନଗର(ସାକ୍ସୀ ନ୍ୟୁଜ୍): ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ରାସ୍ତାଘାଟର ସ୍ଥାୟିତ୍ବ ଓ ଗୁଣବତ୍ତାକୁ ନେଇ ପୁଣି ଥରେ ଅଧୀନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିର୍ମିତ ଶ୍ରୀରାମପୁର-ପତ୍ରିସାହି (ଭାୟା ଫତେପୁର) ରାସ୍ତା ଚଳିତ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଓ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ଶ୍ରୀରାମପୁରରୁ ପତ୍ରିସାହି ପର୍ଯ୍ୟନ୍ତ ବିସ୍ତୃତ ଏହି ୩ କିଲୋମିଟର ୨୦୦ ମିଟର ଦୀର୍ଘ ରାସ୍ତାଟି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଯାତାୟାତର ପ୍ରମୁଖ ମାଧ୍ୟମ ଅଟେ। ମାତ୍ର ଚଳିତ ବନ୍ୟା ଜଳର ପ୍ରଭାବରେ ପତେପୁର ନିକଟରେ ରାସ୍ତା ମଝିରେ ପ୍ରାୟ ୧୦୦ ଫୁଟ୍ର ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ସବୁଆଡେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଛି। ଫଳରେ ଯାତାୟାତ କରିବା ସମ୍ଭବ ହେଉନାହିଁ ।
ଯାନବାହନ ଏବଂ ମୁଖ୍ୟତଃ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ରାସ୍ତାଟି ପ୍ରାୟ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବାରୁ ଏହି ବାଟ ଦେଇ ଗାଡ଼ିମୋଟର ତଥା ପଦଚାରୀଙ୍କ ଯାତାୟାତ ସମ୍ପୂର୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ କେତେକ ଗ୍ରାମର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରା ଯୋଗୁଁ ଅତ୍ୟନ୍ତ ନିମ୍ନମାନର ଯୋଗାଯୋଗ ବିଚ୍ଛିନ୍ନ; ତୁରନ୍ତ ତଦନ୍ତ ଓ ମରାମତି ପାଇଁ ତୀବ୍ର ଦାବି ସାମଗ୍ରୀ ବ୍ୟବହାର କରାଯାଇଥିଲା ପ୍ରଶାସନିକ ଆକଳନ ଓ ବ୍ୟୟବରାଦ ଅନୁସାରେ ରାସ୍ତାର ସୁଦୃଢ଼ୀକରଣ କରାଯାଇ ନ ଥିବାରୁ ପ୍ରଥମ ବନ୍ୟାଜଳର ଧକ୍କା ସହି ନ ପାରି ରାସ୍ତାଟି ଏପରି ଭାବେ ଭାସିଗଲା। ସରକାରୀ ଅର୍ଥର ବାଟମାରଣା ଯୋଗୁଁ ଆଜି ନିରୀହ ଗ୍ରାମବାସୀ ଶାସ୍ତି ଭୋଗୁଛନ୍ତି ବୋଲି ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ଓ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ, ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ ଯୁଦ୍ଧକାଳୀନ ଭିଭିରେ ଭଙ୍ଗା ରାସ୍ତାର ମରାମତି କରି ଯାତାୟାତ ସ୍ବାଭାବିକ କରିବାକୁ ଗ୍ରାମବାସୀ ଦୃଢ଼ ଚେତାବନୀ ଦେଇଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ।