ଦରବୃଦ୍ଧି ରୋକିବାରେ ବିଫଳ ମୋଦୀ ସରକାର : କଂଗ୍ରେସ

Modi-Government ଦେଶରେ ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ଦରଦାମକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ମାତ୍ରାରେ ମୋଦି ସରକାର ସମ୍ପୂର୍ଣ୍ଣ ମାତ୍ରାରେ ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି । ଦଳର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ସ୍ତରରେ ରହିଛି ।

ଯଦି ଭାରତ ସରକାରଙ୍କ ଆକଳନକୁ ବିଶ୍ୱାସ କରାଯାଏ, ତେବେ ଦେଶରେ ମୁଦ୍ରାସ୍ଫୀତି ହାର ବର୍ତମାନ ୭.୦୧ ପ୍ରତିଶତ ରହିଛି । ଏଥି ସହିତ ବେକାରୀ ହାର ୭.୮ ପ୍ରତିଶତ ରହିଛି ଏବଂ ଜାନୁଆରୀ ୧ ତାରିଖରୁ ଟଙ୍କା ମଧ୍ୟ ୭ ପ୍ରତିଶତ ହ୍ରାସ ପାଇଛି ।