‘ମୋଦୀ ନିଜେ ନିଜ ମା’ଙ୍କୁ ଅପମାନିତ କରିଛନ୍ତି, ମିଛଟାରେ କଂଗ୍ରେସକୁ ଦୋଷ ଦେଉଛନ୍ତି । ଯୋଉ ଲୋକ ନାରୀଜାତିଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି, ସେ ଅନ୍ୟକୁ ଦୋଷ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ।’
ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ କହନ୍ତି, କଂଗ୍ରେସ ମୁଣ୍ଡରେ ଅଠା ବୋଳିବା ନରେନ୍ଦ୍ର ମୋଦୀଙ୍କର ପୁରୁଣା ରୋଗ । ମୋଦିଜୀ ନିଜକୁ ନନ୍ ବାୟୋଲୋଜିକାଲ ବୋଲି ପ୍ରଚାର କରୁଛନ୍ତି । ନନ୍ ବାୟୋଲୋଜିକାଲ ଅର୍ଥ ସେ ମା’ ଗର୍ଭରୁ ଜନ୍ମ ହୋଇନାହାନ୍ତି ।
ସିଧା ଆକାଶରୁ ତଳକୁ ଖସି ପଡ଼ିଛନ୍ତି । ମୋଦୀ ଭଲ ଭାବରେ ଜାଣିଛନ୍ତି ଯେ ନିଜକୁ ନନ୍ ବାୟୋଲୋଜିକାଲ ଦାବି କରି ସେ ନିଜ ମା’ଙ୍କୁ ଅପମାନିତ କରୁଛନ୍ତି ଓ ଦେଶର ସବୁ ମାଆ, ଭଉଣୀ ଓ ଝିଅଙ୍କୁ ଅପମାନିତ କରୁଛନ୍ତି ।
ଯୋଉ ଲୋକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିବାହିତା ପତ୍ନୀଙ୍କ ସମ୍ମାନବୋଧକୁ ଦଳିମକଚି ପାରନ୍ତି, ସେ ବିଜେପିର ସ୍ୱାର୍ଥ ପାଇଁ ଦେଶର ମା’, ଭଉଣୀ ଓ ଝିଅମାନଙ୍କୁ ବିଧବା କରି ଦେଇପାରନ୍ତି ।
ବିହାର ରାଜ୍ୟ ଜୀବିକା ନିଧି ଯୋଜନାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ପ୍ରମାଣିତ କରିବାକୁ ଯଥାଶକ୍ତି ଉଦ୍ୟମ କରିଛନ୍ତି ।
ପେହେଲଗାମ୍ ଆତଙ୍କୀ ହମଲା ସଂପର୍କରେ ଗୁପ୍ତ ସୂଚନା ପାଇବା ପରେ ମଧ୍ୟ ପର୍ଯ୍ୟଟକଙ୍କୁ ମରଣମୁହଁକୁ ପଠାଇ ମୋଦିଜୀ ତାଙ୍କ ମାତୃପ୍ରେମର ଉଦାହରଣ ଦେଖାଇ ସାରିଛନ୍ତି । ଆଉ ଦେଶପ୍ରେମ କି ମାତୃପ୍ରେମ ଦେଖାଇବା ଦରକାର ନାହିଁ ।