ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ କରୋନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଅଭିନେତ୍ରୀ ତଥା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ମୁଁ କିଛି ଦିନ ହେବ ଘରୁ ବାହାରକୁ ଯାଇ ନାହିଁ କି କାହା ସହିତ ମିଶିନାହିଁ । ତଥାପି ମୁଁ ସଂଗରୋଧରେ ରହିଛି ଓ ଡାକ୍ତରଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି । ମିମି କହିଛନ୍ତି ଯେ କରୋନା ପାଇଁ ଜୀବନ ବେଶ୍‌ ପ୍ରଭାବିତ ହୋଇଛି ।