ରାଷ୍ଟ୍ରପତି ନହେଲେ ଜେଲକୁ ଯାଇପାରନ୍ତି ନରେନ୍ଦ୍ର ମୋଦି

ରାଷ୍ଟ୍ରପତି ନହେଲେ ନରେନ୍ଦ୍ର ମୋଦିଙ୍କୁ ଜେଲ ଜୀବନ କଟାଇବାକୁ ପଡ଼ିପାରେ । ଏମିତି ଏକ ଆଶଙ୍କା ଭିତର ଦେଇ ଗତି କରୁଛି ତାଙ୍କର ରାଜନୈତିକ ଭବିଷ୍ୟତ । ଯୁକ୍ତରାଷ୍ଟ୍ର ଆମେରିକା ହାତରେ ଏପରି କି ପ୍ରମାଣ ରହିଛି ଯାହା ନରେନ୍ଦ୍ର ମୋଦିଙ୍କୁ ଜେଲ ପଠାଇବାକୁ ଯଥେଷ୍ଟ ବୋଲି ଆଜି ବହୁ ବୁଦ୍ଧିଜୀବୀ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଶୁଣିବାକୁ ପାଉଛୁ, ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ କିଛି ସାଂଘାତିକ ଅପରାଧ କରିଛନ୍ତି ଅମିତ ଶାହଙ୍କ ସାହାଯ୍ୟରେ । ସେଗୁଡ଼ିକ ଭିତରୁ କୌଣସି ଅପରାଧର ବଳିଷ୍ଠ ପ୍ରମାଣ ପଡ଼ିଯାଇଛି ଯୁକ୍ତରାଷ୍ଟ୍ର ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏ ହାତରେ । ସେହି ପ୍ରମାଣଗୁଡ଼ିକ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରେନ୍ଦ୍ର ମୋଦିଙ୍କ ୫୬ ଇଂଚ୍ ଛାତିକୁ ୨୬ କରି ଦେଇଛନ୍ତି ।

ଭାରତ-ପାକିସ୍ତାନ ଅସ୍ତ୍ରବିରତି ସଂପର୍କରେ ସୋସିଆଲ ମିଡିଆରେ ଆଗୁଆ ସୂଚନା ଦେଇ ଟ୍ରମ୍ପ ନିଜକୁ ମୋଦୀଙ୍କ ବନ୍ଧୁ ନୁହେଁ ବରଂ ପ୍ରଭୁ ବୋଲି ଜଣାଇଛନ୍ତି । ‘ଅପରେସନ୍ ସିନ୍ଦୁର’ରେ ପାକିସ୍ତାନରେ ଭାରତର କେତୋଟି ବିମାନ ଖସିଛି ସେ ସଂପର୍କରେ ଭାରତର ବିଦେଶ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସତ କହିଲେ କାଳେ ବିହାର ବିଧାନସଭା ନିର୍ବାଚନରେ ହାରିଯିବେ, ସେହି ଭୟରେ ନିରବ ରହୁଥିଲା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଖୋଲାଖୋଲି କହିଛନ୍ତି ଯେ ପାକିସ୍ତାନରେ ଭାରତ ୫ଟି ବିମାନ ହରାଇଛି ।

ଆମ ଜାଣତରେ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଗୋଧ୍ରା ଟ୍ରେନ୍ ପୋଡ଼ି, ଗୁଜରାଟ ଦଙ୍ଗା, ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ ହରେନ ପାଣ୍ଡ୍ୟା ହତ୍ୟା, ମାନସୀ ସୋନିଙ୍କୁ ଲୁହା ଶିକୁଳିରେ ବାନ୍ଧି ରଖାଯିବା ମାମଲା, ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା, ସୋହରାବୁଦ୍ଦିନ୍ ଏନକାଉଂଟର ମାମଲା, ଇସରାତ ଜହାନ୍ ନକଲି ଏନ୍‌କାଉଂଟର ମାମଲାକୁ ବେଶ ଚତୁରତାର ସହିତ କାର୍ଯ୍ୟକାରୀ କରାଯାଇଥିଲା ।

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବଳରେ ସେହି ମାମଲାଗୁଡ଼ିକରୁ ଚତୁରତାର ସହିତ ଖସି ଯାଇଥିଲେ ମଧ୍ୟ ଏପରି କିଛି ବଳିଷ୍ଠ ପ୍ରମାଣ ସିବିଆଇ ଅଫିସ ଭିତରେ କୋଉଠି ରହିଯାଇଛି ଯାହା ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଜେଲକୁ ପଠାଇବା ପାଇଁ ଯଥେଷ୍ଟ ହେବ । ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବହୁ ଉଦ୍ୟମ କରି ସେହି ପ୍ରମାଣଗୁଡ଼ିକୁ ସିବିଆଇ ଅଫିସରୁ ହାସଲ କରି ପାରିନାହାନ୍ତି ।

୭୫ ବର୍ଷ ବୟସରେ ପଦାର୍ପଣ କରିବା ପରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିପାରେ । ଗିରଫଦାରୀକୁ ଏଡ଼ାଇବା ପାଇଁ ମୋଦୀଙ୍କୁ ଗୋଟିଏ ସାମ୍ବିଧାନିକ ପଦବୀର ଆବଶ୍ୟକତା ରହିଛି । ଶୁଣିବାକୁ ମିଳୁଛି, ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରୁ ତଡ଼ିବା ମତଲବରେ ଅଛନ୍ତି ନରେନ୍ଦ୍ର ମୋଦି । ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ମୋଦି ଦେଶର ପ୍ରଥମ ନାଗରିକ ପଦବୀ ଉପଭୋଗ କରିପାରନ୍ତି ।