ପୁଣି ଭିକେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି ନବୀନ । କହିଛନ୍ତି ଯାହା ଖବର ବାହାରିଛି ତାହା ସଂପୂର୍ଣ୍ଣ ମିଥ୍ୟା, ଉଦେ୍ଦଶ୍ୟ ପ୍ରଣୋଦିତ । ନବୀନ ପଟ୍ଟନାୟକ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ମୁଁ ପୂର୍ବରୁ କହିଆସିଛି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ତାଙ୍କର ଏହି ସେବା ଓ ନିଷ୍ଠା ପାଇଁ ସେ ରାଜ୍ୟରେ ଜଣାଶୁଣା । ବିଜୁ ଜନତା ଦଳ ନିର୍ବାଚନରେ ପରାଜିତ ହେବା ପଛରେ ଭିକେ ପାଣ୍ଡିଆନ ଦାୟି ବୋଲି ଯେତେବେଳେ କୁହାଗଲା ସେତେବେଳେ ମଧ୍ୟ ନବୀନ ପଟ୍ଟନାୟକ, ଭୈରବ କାତ୍ତିକେୟନ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଥିଲେ ।

ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ କାଳେ ଦିଲ୍ଲୀରେ ଡେରା ପକାଇଥିଲେ । ବିଜେଡିକୁ ଦୁଇ ଭାଗରେ ଭାଙ୍ଗିଦେଇ ବିଜେପିକୁ ରାଜ୍ୟରେ ବଢ଼ିବାରେ ସହଯୋଗ କରିବା ନେଇ ଯୋଜନା ହୋଇଥିଲା । ଏସବୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଚାଲିଥିଲା ବୋଲି ଖବର ପ୍ରକାଶ ପାଇଛି । ଖବର କାଗଜରେ ଆହୁରି ମଧ୍ୟ ଲେକା ଅଛି ଭିକେ ପାଣ୍ଡିଆନ ଜଣେ ଏକାଧିକ ବିଭାଗ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହଙ୍କୁ ଭେଟିବାକୁ ଆପଏଣ୍ଟମେଣ୍ଟ ପାଇଁ ଚେଷ୍ଟା କରୁଥିଲେ । ନବୀନ ଏକଥା ଜାଣିପାରିଥିଲେ ଓ ବିଜେପି ନେତୃତ୍ୱଙ୍କ ସହ କଥା ହୋଇଥିଲେ ।

ପାଣ୍ଡିଆନଙ୍କୁ ଦୂରେଇ ରଖିବାକୁ କଥା ହୋଇଥିଲେ ନବୀନ । ଏଭଳି କଲେ ରାଜ୍ୟସଭା ଓ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସମର୍ଥନ କରିବ କହିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେ, ପାଣ୍ଡିଆନଙ୍କ ସମର୍ଥନରେ ନବୀନ ଯୁକ୍ତି ବାଢ଼ିଛନ୍ତି । ସଦ୍ୟ ସମାପ୍ତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ ବିଜେଡି ସୁପ୍ରିମୋ । ଆଉ ଏବେ ପୁଣି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ପରେ ଚର୍ଚ୍ଚା ବଢିଯାଇଛି ।