ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନବାବୁ!

ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଅବନ୍ତୀ ମା’ଙ୍କ ବିଜୟ କାମନା କରିଛନ୍ତି…..

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଧାମନଗର ଭୋଟରଙ୍କୁ ଉଦ୍‌ବୋଧନ ଦେଇ ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ପାଇଁ ଭୋଟ ଭିକ ମାଗିଛନ୍ତି । ଜଣେ ମା’ଙ୍କୁ ବିଧାୟକ ଭାବେ ଦେଖିବାର ଆଶାପୋଷଣ କରିଛନ୍ତି । ବିଗତ ଦିନରେ ରୀତା ମା’ ଓ ଅଳକା ମା’ଙ୍କୁ ବିଧାୟକ କରି ନବୀନବାବୁ ନାରୀଶକ୍ତିର ତ୍ରାଣକର୍ତା ସାଜିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଅବନ୍ତୀ ମା’ଙ୍କ ବିଜୟ କାମନା କରିଛନ୍ତି ।

ନବୀନବାବୁଙ୍କ ମୁଣ୍ଡରେ ବହୁତ ବୁଦ୍ଧି । ସେହି ବୁଦ୍ଧିକୁ ପ୍ରୟୋଗ କରି ଯଦି ଜଣେ ମା’ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଅନ୍ତେ; ରାଜ୍ୟର ନାରୀଶକ୍ତି ନବୀନବାବୁଙ୍କୁ ମନ୍ଦିରରେ ରଖି ପୂଜାର୍ଚ୍ଚନା କରିବେ । ଭାଷଣରେ ନବୀନବାବୁ ୧୮ ମାସ ଭିତରେ ୫ ବର୍ଷର କାମ କରିବାକୁ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । କ୍ଷମତାରେ ରହିବାର ୨୩ ବର୍ଷ ହୋଇଗଲା; ତା’ ଭିତରେ ବିକାଶର ଧାରା ରାଜ୍ୟର ସବୁ ଜିଲ୍ଲା, ସବ୍‌ଡିଭିଜନ୍‌, ବ୍ଲକ୍‌ ଓ ପଂଚାୟତକୁ ଛୁଇଁ ପାରିଲାନି । ଏବେ ୧୮ ମାସ ଭିତରେ ଧାମନଗରକୁ ଉଠିଆ କରିବାର ଭେଳିକି ଦେଖାଇଛନ୍ତି ନବୀନବାବୁ ।