ମଦମୁକ୍ତ ନୁହେଁ, ମଦଯୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି

ବିଜେପି ଓଡ଼ିଶାର ପ୍ରତ୍ୟେକ ଘରକୁ ମଦ ପହଞ୍ଚାଇବାକୁ ଦୃଢ଼ପ୍ରତିଜ୍ଞ

ପ୍ରଥମଥର ପାଇଁଓଡ଼ିଶାରେ ମଦରୁରାଜସ୍ୱ ୧୦,୦୦୦ କୋଟିଟଙ୍କା ଅତିକ୍ରମକରିଛି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କର ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ନିଷ୍ପତ୍ତିକୁ ବିଜୁଜନତା ଦଳ ଦୃଢ଼ ନିନ୍ଦା କରିଛି। ନିକଟରେ ଓଡ଼ିଶା ବିଧାନସଭାରେ ଅବକାରୀମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ ଯେ, ମଦ କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍‌ରେ ବିକ୍ରି କରାଯିବ।

ଜିଶଙ୍ଖଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟସଚେତକଶ୍ରୀମତୀ ପ୍ରମିଳାମଲ୍ଲିକଏବଂବିଜୁମହିଳାଜନତା ଦଳରବରିଷ୍ଠସାଧାରଣସମ୍ପାଦିକାଶ୍ରୀମତୀସୁମିତ୍ରାଜେନାଏହି ନିଷ୍ପତ୍ତିକୁ ଅନୈତିକ ଓ ଯୁବବିରୋଧୀ ବୋଲିକହିବାସହିତଏହାକୁତୀବ୍ରସମାଲୋଚନାକରିଛନ୍ତି।

ଶ୍ରୀମତୀ ମଲ୍ଲିକକହିଛନ୍ତି, ନିର୍ବାଚନ ସମୟରେବିଜେପିଓଡ଼ିଶାକୁ ମଦମୁକ୍ତକରିବାର ପ୍ରତିଶ୍ରୁତି ଦେଇଥିଲା।କିନ୍ତୁଏବେଟେଟ୍ରା ପ୍ୟାକ୍‌ ପ୍ୟାକେଜିଂ ପ୍ରଚଳନ କରିଓଡ଼ିଶାକୁ ମଦଯୁକ୍ତରାଜ୍ୟରେ ପରିଣତକରିବାକୁ ଯାଉଛନ୍ତି।ମଦ ବିରୋଧରେସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବାବିଜେପିସରକାରଏବେ ମଦକୁ ଅଧିକପ୍ରୋତ୍ସାହନ ଦେଉଛନ୍ତି, ଯେଉଁଥିପାଇଁ ପ୍ରଥମଥର ପାଇଁମଦରୁରାଜସ୍ୱ ଆୟ ୧୦,୦୦୦ କୋଟିଟଙ୍କା ଅତିକ୍ରମକରିଛି। ପୂର୍ବସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ଗୁଡ଼ିକୁ ପୁନର୍ବାରଖୋଲିବା ପାଇଁସରକାର ନିଷ୍ପତ୍ତି ନେଇଛନ୍ତି।ଏହା ଏକ ଲଜ୍ଜାଜନକ କଥ।।

ରାଜ୍ୟସରକାରଲୋକଙ୍କକଲ୍ୟାଣ ଅପେକ୍ଷା, ରାଜସ୍ୱଉପରେପ୍ରାଥମିକତା ଦେଉଛନ୍ତି। ମହୁଲିରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦପ୍ରଚଳନ ପାଇଁସରକାରଉଦ୍ୟମକରୁଛନ୍ତି।ପୂର୍ବସରକାରଙ୍କ ଦ୍ୱାରା ପ୍ରଚଳିତଯୋଜନାଗୁଡ଼ିକର ନାମ ଓ ରଙ୍ଗପରିବର୍ତ୍ତନ କରିଛନ୍ତି।

ରାଜ୍ୟବିଜେପିସରକାରଙ୍କ ନିଜସ୍ୱଯୋଜନାବୋଲିକିଛି ନାହିଁ।ସରକାରଙ୍କରଏହିନିଷ୍ପତ୍ତି ଛାତ୍ର ଓ ଯୁବକ ଯୁବତୀମାନଙ୍କଉପରେନକାରାତ୍ମକ ପ୍ରଭାବ ପକାଇବ।ଏହି ନିଷ୍ପତ୍ତିକୁତୁରନ୍ତ ପ୍ରତ୍ୟାହାରକରିବାକୁସେ ଦୃଢ ଦାବିକରିଥିଲେ।

ଶ୍ରୀମତୀସୁମିତ୍ରାଜେନାକହିଥିଲେଯେ, ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରିଛାତ୍ରମାନଙ୍କଉପରେନକାରାତ୍ମକ ପ୍ରଭାବ ପକାଇବ।କୌଣସି ଦାୟିତ୍ୱସମ୍ପନ୍ନ ସରକାରଏହିଭଳି ନୀତିକୁପ୍ରୋତ୍ସାହନ ଦେବା ଅତ୍ୟନ୍ତ ନିନ୍ଦନୀୟ।ଏହା ଆଶ୍ଚର୍ଯ୍ୟଜନକ ଯେ,ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନ ଏଭଳି ଅନୈତିକକାର୍ଯ୍ୟକୁପ୍ରୋତ୍ସାହନ ଦେଉଛନ୍ତି।

ଗୁଟ୍‌ଖା ନିଷେଧ ଉପରେ ବିଜେପିର ୟୁ-ଟର୍ଣ୍ଣ ସେମାନଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଶିତ କରୁଛି। ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି। ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ।