ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍) ତା ୨୨/୩ : ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଜଧାନୀରେ ଦେଖିବାକୁ ମିଳିଲା ସାଇକେଲ ଶୋଭଯାତ୍ରା । ୬୦ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ଚନ୍ଦ୍ର ଶେଖର ମଲିଆ (କାପୁ) ଜୋରଦାର ସାଇକେଲ ରାଲି କରିବା ସହ ବହୁ ମହିଳାଙ୍କୁ ଧରି ପଦଯାତ୍ରା ଯାଇରେ ପ୍ରଚାର କରିଥିଲେ। । ସାଇକେଲ ଚିହ୍ନରେ ମୋହର ମାରି ତାଙ୍କୁ ଆଶୀର୍ବାଦ ଦେବାକୁ ଲୋକ ମାନଙ୍କୁ ସେ ନିବେଦନ କରିଛନ୍ତି। ପୁରୁଣା ଭୁବନେଶ୍ବର, କପିଳେଶ୍ବର ଗ୍ରାମ, ବିଭିନ୍ନ ସଂଙ୍କଳ୍ପ ପ୍ରଚାରପତ୍ର ବଣ୍ଟନ କରିଥିଲେ। ତାଙ୍କ ସହ ବିଭିନ୍ନ ଅଞ୍ଚଳର ଶତାଧିକ ମୁରବୀ ବହୁ ସମେତ ମହିଳା ମୁରବୀ ଓ ଯୁବକମାନେ ସାମିଲ ହୋଇଥିଲେ ।
ଆଜି ତାଙ୍କ ପ୍ରଚାର ବେଳେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଥିଲା। ଏକାଧିକ ସଙ୍ଘଠନର କର୍ମକର୍ତ୍ତା ଓ ସୋୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଜେଡି ମେୟର ପ୍ରାର୍ଥୀ ଓ କର୍ପୋରେଟର ପ୍ରାର୍ଥୀ କାପୁଙ୍କୁ ସମର୍ଥନ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଏଥର ୱାର୍ଡରେ ନେତୃତ୍ୱ ପରିବର୍ତ୍ତନ ପାଇଁ ତାଙ୍କ ସମର୍ଥକମାନେ ନାରା ଦେଇଥିଲେ।
ସେ ଲୋକଙ୍କୁ ପ୍ରତିଶୃତି ଦେଇ ବିଏମ୍ସି ହସ୍ପିଟାଲା ସୁବ୍ୟବସ୍ଥିତ କରିବା, ହସ୍ପିଟାଲରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା ପ୍ରକୋଷ୍ଠ ସହିତ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା, ପରିମଳ ବ୍ୟବସ୍ଥାରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ମଶାଙ୍କ ପ୍ରାଦୁର୍ଭାବ କମାଇବା ସହ ୱାର୍ଡରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ମୃଦୁଢ଼ କରିବା ପାଇଁ ବିଭିନ୍ନ ଉଚିତ୍ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି, ଏଥି ସହ ସମଗ୍ର ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ, ପ୍ରଜ୍ୟାପ୍ତ ପରିମାଣରେ ଉଜ୍ବଳ ଆଲୋକୀକରଣ ବ୍ୟବସ୍ଥା ସହ ବର୍ତ୍ତମାନ ଜଳୁ ନଥିବା ଆଲୋକକୁ ତତ୍କାଳ ଭାବେ କାର୍ଯ୍ୟକ୍ଷମ କରିବା , କପିଳେଶ୍ବର ମନ୍ଦିରର ବିକାଶ ସହ ୱାର୍ଡର ବିଭିନ୍ନ ଯୁବ ସଂଗଠନ, ବରିଷ୍ଠ ନାଗରିକ ସଂଗଠନ, ମହିଳା ଗୋଷ୍ଠୀ ମାନଙ୍କ ପାଇଁ କମ୍ୟୁନିଟି ହଲ କରିବା ପାଇଁ କହିଥିଲେ। ଏହାସହ ଲିଙ୍ଗରାଜ ନଗର, ବଶିଷ୍ଠ ନଗର ସହ ଅନ୍ୟ ଅଞ୍ଚଳର ଲୋକ ମାନେ ବର୍ଷା ଦିନରେ ପ୍ରତିବର୍ଷ ଭୋଗୁଥିବା ଜଳବନ୍ଦୀରୁ ସବୁଦିନ ପାଇଁ ମୁକ୍ତି ଦେବାପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବେ ବୋଲି ସେ ସଂକଳ୍ପ ନେଇଥିଲେ ।