ଆମ ଦ୍ୱାର ସବୁବେଳେ ଖୋଲା: ମନମୋହନ

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ …

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଂଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତିକୁ ପରୋକ୍ଷ ଭାବେ ଟାର୍ଗେଟ୍‌ କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି। କିନ୍ତୁ ସାରା ରାଜ୍ୟ ବୁଲି ପାରିନାହାନ୍ତି।

ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ। ୨୪ ବର୍ଷର ଶାସନରେ ରାଜ୍ୟବାସୀ କିପରି ଅଛନ୍ତି ଜାଣିପାରିବେ। ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ। ଆଉ କିଛି ନେତା ଭାଜପାକୁ ଆସିବା ପ୍ରଶ୍ନରେ ମନମୋହନ କହିଛନ୍ତି, ଆମ ଦ୍ୱାର ସବୁବେଳେ ଖୋଲା ଅଛି, ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ।

ରାଜ୍ୟରେ ୨୨ ମାସ ଏବଂ କେନ୍ଦ୍ରର ୧୨ ବର୍ଷ ଶାସନରେ ଆମେ ଲୋକଙ୍କ ପାଖରେ ପହଂଚିଛୁ। ଆମ କାର୍ଯ୍ୟକର୍ତା ଅହରହ କାର୍ଯ୍ୟ କରୁଛନ୍ତି। ଏହି କାରଣରୁ ଭାଜପା ଶକ୍ତିଶାଳୀ ହେଉଛି।