Political Party Fund: କର୍ମୀଙ୍କୁ ଟଙ୍କାଟିଏ ସାହାଯ୍ୟ କରୁନି ବିଜେପି, ବିଜେଡି ଓ କଂଗ୍ରେସ
Political Party Fund: କର୍ମୀଙ୍କୁ ଟଙ୍କାଟିଏ ସାହାଯ୍ୟ କରୁନି ବିଜେପି, ବିଜେଡି ଓ କଂଗ୍ରେସ
କର୍ମୀଙ୍କ ଆପଦ ବିପଦରେ ଟଙ୍କାଟିଏ ସାହାଯ୍ୟ କରୁନି ବିଜେପି, ବିଜେଡି ଓ କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନ ପାଣ୍ଠିକୁ ବ୍ୟବହାର କରି ଆସୁଛନ୍ତି ।
ଭାରତର ଜାତୀୟ ରାଜନୀତିରେ ବିଜେପି ଓ କଂଗ୍ରେସ ଦୁଇଟି ଅଗ୍ରଣୀ ରାଜନୈତିକ ଦଳ । ସାରା ଭାରତରେ ବିଜେପି ପାଇଁ ପ୍ରାୟ ୨୦ କୋଟି ଓ କଂଗ୍ରେସ ପାଇଁ ପ୍ରାୟ ୨୬ କୋଟି କର୍ମୀ କାମ କରୁଛନ୍ତି । ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳରେ ବିଜେପିକୁ ଲୋକପ୍ରିୟ କରିବା ପାଇଁ ବହୁ ତଳିଆ କର୍ମୀ ତାଙ୍କର ବହୁ ମୂଲ୍ୟବାନ ସମୟ ଓ ଝାଳବୁହା ପରିଶ୍ରମ କରିଛନ୍ତି ।
ସାଧାରଣ କର୍ମୀଙ୍କ ସକ୍ରିୟ ସହଯୋଗ ବିନା କୌଣସି ରାଜନୈତିକ ଦଳ ତିଷ୍ଠି ରହିବା କଷ୍ଟକର । ୧୪୫ କୋଟି ଜନତାଙ୍କ ସୁଖଦୁଃଖର ସାଥୀ ନ ହେଲ ନାହିଁ, ଦଳ ଭିତରେ କୌଣସି କର୍ମୀ ଓ ତାଙ୍କ ପରିବାର ରୋଗରେ ପୀଡ଼ିତ ହେଲେ, ଆକସ୍ମିକ ବିପଦରେ ପଡ଼ିଗଲେ ମଧ୍ୟ ସେମାନଙ୍କ ପ୍ରତି ଆଖିବୁଜି ଦେବା ବିଜେପି ଭଳି ଗୋଟିଏ ଜାତୀୟ ଦଳ ପକ୍ଷେ ଘୋର ପରିତାପର ବିଷୟ ।
ସୂଚନା ମୁତାବକ ବିଜେପି ନିକଟରେ ଏବେ ପ୍ରାୟ ୭୧୧୪ କୋଟି ଟଙ୍କା ଜମା ରହିଛି । ସେହି ଟଙ୍କାକୁ ବିଭିନ୍ନ ସଂସ୍ଥାରେ ବିନିଯୋଗ କରି ବିଜେପି ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ସୁଧ ପାଉଛି । ତଥାପି ଦଳୀୟ କର୍ମୀଙ୍କ ପିଛା ଟଙ୍କାଟିଏ ଖର୍ଚ୍ଚ ନକରିବା ଅତ୍ୟନ୍ତ ଦୁଃଖଦାୟକ ।
ଓଡ଼ିଶାବାସୀଙ୍କ ବଳ ଭାବେ ଦାବି କରି ଆସୁଥିବା ବିଜୁ ଜନତା ଦଳ ନିକଟରେ ୭୨୦ କୋଟି ଟଙ୍କା ଗଚ୍ଛିତ ଅଛି । ସେହି ଜମାରାଶିକୁ ବିନିଯୋଗ କରି ବିଜେଡି ବାର୍ଷିକ ପ୍ରାୟ ୫୦ କୋଟି ଟଙ୍କା ସୁଧ ପାଉଛି । ମାତ୍ର ଓଡ଼ିଶାବାସୀଙ୍କ ଦୁଃଖରେ ଟଙ୍କାଟିଏ ଖର୍ଚ୍ଚ କରିନି ବିଜେଡି ।
କଂଗ୍ରେସ ନିକଟରେ ପ୍ରାୟ ୮୫୦ କୋଟି ଟଙ୍କା ଗଚ୍ଛିତ ଅଛି । ସେହି ଜମାରାଶିକୁ ବିନିଯୋଗ କରି କଂଗ୍ରେସ ବାର୍ଷିକ ପ୍ରାୟ ୬୦ କୋଟି ଟଙ୍କା ସୁଧ ପାଉଛି ।
ବିଶାଳ ଆର୍ଥିକ ସାମ୍ରାଜ୍ୟର ଅଧିକାରୀ ହୋଇ ମଧ୍ୟ ବିଜେପି, ବିଜେଡି ଓ କଂଗ୍ରେସ ସାଧାରଣ ଲୋକଙ୍କୁ ଟଙ୍କାଟିଏ ସାହାଯ୍ୟ କରୁନାହାନ୍ତି ।
ସେବା ଆଳରେ ଲୋକଙ୍କୁ ଲୁଟିବା ଓ ନିର୍ବାଚନ ସମୟରେ ଟଙ୍କା ଦେଇ ଭୋଟ କିଣିବା ବିଜେପି, କଂଗ୍ରେସ ଓ ବିଜେଡି ଭଳି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ରାଜନୈତିକ ଦଳର ଅଭ୍ୟାସଗତ ଅପରାଧ ।
ସାଧାରଣ ଲୋକଙ୍କ ସୁଖଦୁଃଖ କଥା ଛାଡ଼ନ୍ତୁ । ନିର୍ବାଚନୀ ହିଂସାକାଣ୍ଡରେ ବଳି ପଡୁଥିବା ଦଳୀୟ କର୍ମୀଙ୍କ ପରିବାରକୁ ଟଙ୍କାଟିଏ ସାହାଯ୍ୟ କରିବାର ମନୋଭାବ କୌଣସି ଦଳ ନିକଟରେ ନାହିଁ ।
ଖାସ୍ ସେହି କାରଣରୁ ବିଜେପି, ବିଜେଡି ଓ କଂଗ୍ରେସ ନିକଟରୁ ମୁହଁ ଫେରାଇ ନେଉଛନ୍ତି ତଳିଆ କର୍ମୀ ମହଲ ।